ନୂଆଦିଲ୍ଲୀ, 25 ଜୁନ୍ (ହି.ସ.)
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ
ମନ୍ତ୍ରିମଣ୍ଡଳ ବୁଧବାର ଦିନ ଜରୁରୀକାଳର ୫୦ ତମ ବର୍ଷପୂର୍ତ୍ତି ଅବସରରେ ୨ ମିନିଟ୍ ନିରବ ରହିବା
ସହିତ ଭାରତୀୟ ଗଣତନ୍ତ୍ରରେ ବିଶ୍ୱାସ ପ୍ରତିଷ୍ଠା କରିଛି । ମନ୍ତ୍ରିମଣ୍ଡଳ ଏକ ପ୍ରସ୍ତାବରେ
ସମସ୍ତ ନାଗରିକଙ୍କୁ ସାଂବିଧାନିକ ମୂଲ୍ୟ ଏବଂ ଗଣତନ୍ତ୍ର ଭାବନାର ରକ୍ଷକମାନଙ୍କ ଠାରୁ ପ୍ରେରଣା ନେବାକୁ
ଅନୁରୋଧ କରିଛି।
କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାତୀୟ ମିଡ଼ିଆ କେନ୍ଦ୍ରରେ ଆୟୋଜିତ ଗଣମାଧ୍ୟମ
ସମ୍ମିଳନୀରେ ମନ୍ତ୍ରିମଣ୍ଡଳରେ ପାସ୍ ହୋଇଥିବା ସିଦ୍ଧାନ୍ତ ଓ ପ୍ରସ୍ତାବ ସମ୍ବନ୍ଧରେ ସୂଚନା
ଦେଇଛନ୍ତି। ସେ ଜରୁରୀକାଳର ୫୦ ବର୍ଷ ପୂରଣ ହେବା ଅବସରରେ କ୍ୟାବିନେଟ୍ ପକ୍ଷରୁ ଗ୍ରହଣ
କରାଯାଇଥିବା ପ୍ରସ୍ତାବ ପଢ଼ିଥିଲେ।
ସେ କହିଛନ୍ତି, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ସେମାନଙ୍କ ପ୍ରତି ସମ୍ମାନ ପ୍ରକାଶ କରିଛି, ଯେଉଁମାନେ ସଂବିଧାନର
ହତ୍ୟା ଚେଷ୍ଟାକୁ ବିଫଳ କରିଥିଲେ। ସମ୍ବିଧାନ ଉପରେ ଏହି ଆକ୍ରମଣ 1974 ମସିହାରେ ନବନିର୍ମାଣ
ଆନ୍ଦୋଳନ ଓ ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନକୁ ଦମନ କରିବା ପାଇଁ ଆରମ୍ଭ ହୋଇଥିଲା।
ବୈଠକରେ ଗଣତନ୍ତ୍ରର ସେହି ବୀରମାନଙ୍କର ଅଦ୍ୱିତୀୟ ସାହସ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି
ଦେବା ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସେମାନଙ୍କ ପାଇଁ
ମଧ୍ୟ ଥିଲା ଯେଉଁମାନଙ୍କ ସଂବିଧାନଦ୍ୱାରା ପ୍ରଦତ୍ତ ଗଣତାନ୍ତ୍ରିକ ଅଧିକାର କ୍ଷୀଣ କରାଯାଇଥିଲା
ଓ ଅକଳ୍ପନୀୟ ଯନ୍ତ୍ରଣାର ସାମ୍ନା କରିବାକୁ ପଡ଼ିଥିଲା।
ପ୍ରସ୍ତାବରେ କୁହାଯାଇଛି ଯେ ବର୍ଷ 2025 ‘ସଂବିଧାନ ହତ୍ୟା ଦିବସ’ର 50ତମ ବର୍ଷପୂର୍ତ୍ତି ଅଟେ । ଏହା ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ
ଅଧ୍ୟାୟ ଥିଲା। ଜରୁରୀକାଳ ସମୟରେ ସଂବିଧାନକୁ ଦମନ କରାଯାଇଥିଲା, ଭାରତର ଗଣତାନ୍ତ୍ରିକ ଭାବନା
ଉପରେ ଆକ୍ରମଣ ହୋଇଥିଲା ଏବଂ ସଂଘବାଦକୁ ନଷ୍ଟ କରିବା ପାଇଁ କାମ କରାଯାଇଥିଲା । ମୌଳିକ ଅଧିକାର, ମାନବୀୟ ସ୍ଵାଧୀନତା ଓ
ଗରିମାକୁ ମଧ୍ୟ ଶେଷ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା