ସାକ୍ଷାତକାର-ଜୀବନରେ ମାଆର ଭୂମିକାକୁ ଅଣଦେଖା କରିହେବନାହିଁ- କାଜୋଲ
ମୁମ୍ବାଇ, 25 ଜୁନ୍ (ହି.ସ.) -ବଲିଉଡ଼ର ଖୁସମିଜାଜ ଅଭିନେତ୍ରୀ କାଜୋଲ ତାଙ୍କର ନିଆରା ଅନ୍ଦାଜରେ ବର୍ଷ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଏବେ ସେ ଫିଲ୍ମ ମାଆ ଜରିଆରେ ହରର୍ ଜନରରେ ପ୍ରଥମ ଥର ପାଦ ରଖୁଛନ୍ତି, ଯାହା ୨୭ ଜୁନ୍ ସିନେମା ହଲରେ ମୁକ୍ତିଲାଭ
କାଜଲ


ମୁମ୍ବାଇ, 25 ଜୁନ୍ (ହି.ସ.)

-ବଲିଉଡ଼ର ଖୁସମିଜାଜ

ଅଭିନେତ୍ରୀ କାଜୋଲ ତାଙ୍କର ନିଆରା ଅନ୍ଦାଜରେ ବର୍ଷ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ

କରୁଛନ୍ତି। ଏବେ ସେ ଫିଲ୍ମ ମାଆ ଜରିଆରେ ହରର୍ ଜନରରେ ପ୍ରଥମ ଥର ପାଦ ରଖୁଛନ୍ତି,

ଯାହା

୨୭ ଜୁନ୍ ସିନେମା ହଲରେ ମୁକ୍ତିଲାଭ କରିବ। ଫିଲ୍ମ ରିଲିଜ ପୂର୍ବରୁ କାଜୋଲ ‘ହିନ୍ଦୁସ୍ଥାନ ସମାଚାର’

କୁ ଏକ

ବିଶେଷ ସାକ୍ଷାତକାର ଦେଇଥିଲେ। ସେ ଫିଲ୍ମର ଶୁଟିଂ ସମ୍ବନ୍ଧୀୟ କିଛି ରୋମାଞ୍ଚକ ଘଟଣା ସେୟାର

କରିଥିଲେ ଏବଂ ତାଙ୍କର କ୍ୟାରିୟରର ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଖୋଲାଖୋଲି ଆଲୋଚନା

କରିଥିଲେ। ଏହି ସାକ୍ଷାତକାରର କିଛି ବିଶେଷ ଅଂଶ ଏଠାରେ ପ୍ରସ୍ତୁତ କରାଯାଇଛି।

ଏହି ଆପଣଙ୍କର ପ୍ରଥମ ହରର୍ ଫିଲ୍ମ ଅଟେ, ତେବେ ଏହି କାହାଣୀ କାହିଁକି ଆପଣଙ୍କୁ ଆକୃଷ୍ଟ କଲା?

ବାସ୍ତବ, ଏହି ଫିଲ୍ମ ଆରମ୍ଭରେ ଏକ ହରର୍ ଫିଲ୍ମ ଭାବେ ବନାଯାଉନଥିଲା । ମୋ ପାଖକୁ ଏକ କନ୍ସେପ୍ଟ

ଆସିଥିଲା, ଯାହା କାଳୀ ଓ ରକ୍ତବୀଜର କାହାଣୀ ଉପରେ ଆଧାରିତ। ଏହି କାହାଣୀ ମୋତେ ପିଲାବେଳୁ ଅତ୍ୟନ୍ତ

ପ୍ରିୟ ଥିଲା, ଯାହାକୁ ମୁଁ ସବୁବେଳେ ବେଳେ ଶୁଣିଆସୁଥିଲି। ଯେତେବେଳେ ଏହି ବିଚାର ମୋ ପାଖକୁ ଆସିଲା ଯେ – ଆଜିର ଯୁଗରେ ଏଭଳି କିଛି

ଘଟିଲେ କଣ ହେବ?, ତେବେ ମୋତେ ଏହା ବହୁତ ରୋମାଞ୍ଚକ ଲାଗିଲା। ଆମେ ପ୍ରଥବେ ଏହାକୁ ଏକ ଥ୍ରିଲର୍ ଫିଲ୍ମ ଭାବେ

ଲେଖିବାକୁ ଭାବିଥିଲୁ । କିନ୍ତୁ ଯେତେବେଳେ ଫିଲ୍ମର ସ୍କ୍ରିପ୍ଟ ପୂର୍ଣ୍ଣ ହେଲା, ତେବେ ଆମକୁ ଅନୁଭବ ହେଲା

ଯେ ଏହି କାହାଣୀର ଗଭୀରତା ଓ ପ୍ରଭାବକୁ ଦର୍ଶକଙ୍କ ନିକଟରୋ ପହଞ୍ଚାଇବା ପାଇଁ ଏହାକୁ

ହରର୍-ଥ୍ରିଲର୍ ଭାବେ ପ୍ରସ୍ତୁତ କରିବା ଅଧିକ ଉଚିତ ହେବ।

ବାସ୍ତ ଜୀବନରେ ‘ମା’ର ଭୂମିକା କେତେ ବଦଳିଛି?

ମୋତେ ଲାଗୁଛି ଯେ, ବାସ୍ତବ ଜୀବନରେ ମା’ର ଭୂମିକା ଆଜି ମଧ୍ୟ ଅନେକ ସେଭଳି ଅଛି ଯେଭଳି ପୂର୍ବରୁ ଥିଲା । ଯେତେବେଳେ କିଛି ଭୁଲ କାମ

ହୁଏ,

ସର୍ବପ୍ରଥମେ

ଲୋକେ କହନ୍ତି – “ତୋ ମା’ ତୋତେ କିଛି ଶିଖାଇନି କି?” ଆମ ସମାଜର ଚିନ୍ତାଧାରାରେ ମା’ର ଭୂମିକା ଗଭୀର ଭାବେ ରହିଛି । ସଂସ୍କାରର ମୂଳରେ ମା’ ଥାଆନ୍ତି, କାରଣ ସେ ଘରେ ଶିଶୁମାନଙ୍କ

ସହ ବେଶି ସମୟ ବିତାନ୍ତି, ଏହିପରି ଥିବାରୁ ଶିଶୁମାନଙ୍କ ବ୍ୟବହାର ଉପରେ ସେମାନଙ୍କର ପ୍ରଭାବ ସିଧାସଳଖ ରହେ ।

ଯଦିଓ, ଆଜିର ଯୁଗରେ ଏହା ମଧ୍ୟ ସତ୍ୟ ଯେ ଆମେ ମା’ମାନଙ୍କର ଅବଦାନକୁ ସେତେଟା ଗୁରୁତ୍ୱ ଦେଉନାହିଁ, ଯେତେଟା ଦେବା ଉଚିତ।

ସେମାନଙ୍କର ତ୍ୟାଗ ଓ ପରିଶ୍ରମକୁ ଆମେ ବହୁତ ସମୟରେ ଅଣଦେଖା କରି ଦେଉଛୁ।

ଏହି ଫିଲ୍ମ ଆପଣଙ୍କ ପାଇଁ ଶାରୀରିକ ଓ ମାନସିକ ଭାବରେ କ୍ଲାନ୍ତିକର ଥିଲା କି?

ହଁ, ପୂରା ସଠିକ୍ କହିଲେ। ହରର୍ ଫିଲ୍ମର ନିଜର ଏକ ଅଲଗା ଶୈଳୀ ଓ ପ୍ରସ୍ତୁତି ହୋଇଥାଏ । ଏହି

ଫିଲ୍ମର କାହାଣୀରେ ଗଭୀରତା ଓ ରହସ୍ୟ ଅନ୍ତର୍ନିହିତ ଅଛି, ଯାହା ସିଧାସଳଖ ଭାବରେ ଆମ ମନ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଏ।

ଏଥିରେ ଆକ୍ସନ୍, ଭିଏଫଏକ୍ସଭଳି ଟେକ୍ନୋଲଜିକାଲ୍ ଦିଗକୁ ଧ୍ୟାନ ଦେବା ସହିତ ଭାବନାତ୍ମକ ସମ୍ପର୍କ ବଜାୟ ରଖିବା ମଧ୍ୟ

ଅତ୍ୟନ୍ତ ଜରୁରୀ ଥିଲା। ଏହି ସମସ୍ତ କାରଣରୁ ଏହି ଫିଲ୍ମ କେବଳ ଶାରୀରିକ ଭାବରେ ନୁହେଁ, ବରଂ ମାନସିକ ଭାବରେ ମଧ୍ୟ

ବହୁତ କ୍ଲାନ୍ତିକର ଥିଲା।

ଆପଣକୁ ହରର୍-କମେଡି ଜନରରେ ପାଦ ରଖିବାକୁ ଏତେ ସମୟ କାହିଁକି ଲାଗିଗଲା?

ସତ କହିବାକୁ ଗଲେ, ମୋ କ୍ୟାରିୟରରେ ମୋତେ ହରର୍ ଫିଲ୍ମର ଅଧିକ ପ୍ରସ୍ତାବ ମିଳିନଥିଲା। ଯେଉଁ

ସ୍କ୍ରିପ୍ଟଗୁଡ଼ିକ ମିଳିଥିଲା, ସେଗୁଡ଼ିକରେ ସେହି ଗଭୀରତା କିମ୍ବା ଆକର୍ଷଣ ନଥିଲା, ଯାହା ମୋତେ ଉତ୍ସାହିତ

କରିପାରିଥାନ୍ତା। ଆମ ସମୟରେ ଯେତେବେଳେ ହରର୍ ଫିଲ୍ମ ବନାଯାଉଥିଲା, ସେତେବେଳେ କାହାଣୀ ଠାରୁ ଚରିତ୍ର

ଓ ଭୟଙ୍କର ଦୃଶ୍ୟ ଉପରେ ଅଧିକ ଧ୍ୟାନ ଦିଆଯାଉଥିଲା । ସମ୍ଭବତଃ ଏହି କାରଣ ଥିଲା ମୁଁ ସେହି ସମୟରେ

ହରର୍ ଫିଲ୍ମ ପ୍ରତି ବିଶେଷ ରୁଚି ଅନୁଭବ କରିନଥିଲି।

ଫିଲ୍ମର ଶୁଟିଂ ସମୟରେ ଆପଣ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ କଥା କଣ ଥିଲା?

ଏହି ଫିଲ୍ମରେ ମୋ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ ଅଂଶ ଥିଲା ଆକ୍ସନ୍ ସିନ୍ କରିବା, କାରଣ ମୁଁ ଏପର୍ଯ୍ୟନ୍ତ

କେବେ ଆକ୍ସନ୍ କରିନଥିଲି। ଯେତେବେଳେ ମୁଁ ନିଜେ ସେଇ ଦୃଶ୍ୟଗୁଡ଼ିକ କଲି, ସେତେବଳେ ମୁଁ ଏହା ପଛରେ

ଥିବା ଟେକ୍ନିକାଲ୍ ବିଷୟବସ୍ତୁ ବୁଝିପାରିଲି ଓ ସେଇଠୁ ମୁଁ ମୋର ସ୍ୱାମୀ ଅଜୟ ଦେବଗନଙ୍କୁ ଆଉ

ଅଧିକ ସମ୍ମାନ ଦେବାକୁ ଆରମ୍ଭ କଲି –ସେ ଏତେ ବର୍ଷ ଧରି ଲଗାତାର ଭାବେ ଆକ୍ସନ୍ କରୁଛନ୍ତି ।

ଫିଲ୍ମରେ ଏକ ଦୃଶ୍ୟ ଅଛି ଯେଉଁଠି କାଳୀ ମା’ଙ୍କର ମୂର୍ତ୍ତିରୁ ପରଦା ହଟୁଛି – ସେହି କ୍ଷଣ ମୋତେ ଭିତରୁ ଦୋହଲାଇ ଦେଇଥିଲା । ଏଭଳି ଲାଗିଲା ଯେ

ମୁଁ କେବଳ ମା’ଙ୍କ ପୂଜା ନୁହେଁ, ତାଙ୍କ ସାମ୍ନାରେ ଅଭିନୟ କରିବାର ସୌଭାଗ୍ୟ ମଧ୍ୟ ମିଳିଲା । ସେହି ମୁହୂର୍ତ୍ତ ମୋ ପାଇଁ

ସବୁଠାରୁ ଭାବନାପ୍ରବଣ ଓ ସ୍ମରଣୀୟ ଥିଲା।

ଫିଲ୍ମ ବାଛିବାର ଧାରାରେ କେମିତି ପରିବର୍ତ୍ତନ ଆସିଛି?

ଏବେ ମୁଁ ସ୍କ୍ରିପ୍ଟକୁ ପୂର୍ବପେକ୍ଷା ଅଧିକ ଗୁରୁତ୍ୱ ଦେଉଛି। ମୋ ପାଇଁ କାହାଣୀର ଗଭୀରତା

ସବୁଠାରୁ ଜରୁରୀ। ଏହି କାରଣରୁ ଏବେ ମୁଁ ପୂର୍ବକୁ ଅପେକ୍ଷା ଅଧିକ ଚୟନଶୀଳ ହୋଇପଡ଼ିଛି। ମୁଁ

ସେଇ ପ୍ରୋଜେକ୍ଟଗୁଡିକୁ ଅଗ୍ରାଧିକାର ଦେଉଛି, ଯେଉଁଥିରେ ଦମଦାର କାହାଣୀ ଓ ଚରିତ୍ର ଥାଏ। ଯଦିଓ, ଏହିପରି ଅନେକ କମ୍ ହୋଇଥାଏ

ଯେତେବେଳେ ସମସ୍ତ ଦିଗ – କାହାଣୀ, ଚରିତ୍ର ଓ ନିର୍ଦ୍ଦେଶକ – ଏକାସାଙ୍ଗରେ ସଠିକ୍ ଭାବେ ମିଳିଥାଏ।

ମହିଳା କେନ୍ଦ୍ରିତ ଫିଲ୍ମ ସଂଖ୍ୟାରେ କେତେ ପରିବର୍ତ୍ତନ ଆସୁଛି?

ହଁ, କାରଣ ଏବେ ସମୟ ବଦଳିଯାଇଛି ଓ ଦର୍ଶକଙ୍କର ଚିନ୍ତାଧାରା ମଧ୍ୟ ପୂର୍ବପେକ୍ଷା ଅନେକ ଉନ୍ନତ

ହୋଇଯାଇଛି। ଏହାର ବଡ଼ ଶ୍ରେୟ ମୁଁ ଓଟିଟି ପ୍ଲାଟଫର୍ମଗୁଡ଼ିକୁ ଦେବାକୁ ଚାହେଁ। ଓଟିଟି ଆସିବା

ପରେ ଦର୍ଶକମାନେ ବିଭିନ୍ନ ଭାଷା ଓ ଶୈଳୀର କାହାଣୀ ଦେଖିବା ଆରମ୍ଭ କରିଛନ୍ତି, ଏବଂ ସବଟାଇଟଲ୍ ଥିବାରୁ

ଭାଷା ଏବେ ଆଉ ବାଧା ହୋଇ ରହିନାହିଁ। ଆଜିର ସିନେମା ସ୍ତର ଅନେକ ଉପରକୁ ବଢ଼ିଛି। ଏବେ କେବଳ କାମ

ଚଲାଇବା ପାଇଁ ଫିଲ୍ମ ବନାଇ ଦର୍ଶକଙ୍କୁ ବନ୍ଧି ରଖିବା ସମ୍ଭବ ନୁହେଁ। ଦର୍ଶକମାନେ ଏବେ ଉତ୍ତମ ଓ

ଗଭୀର କାହାଣୀ ଦେଖିବାକୁ ଚାହାନ୍ତି।

ଆପଣ ତିନିଜଣ ଖାନଙ୍କ ସହ କାମ କରିଛନ୍ତି, ଆପଣ ପୁଣି ସେମାନଙ୍କ ସହ କାମ କରିବାକୁ ଚାହିଁବେ କି?

ଆଜି ଶାହରୁଖ ଖାନ୍, ସଲମାନ୍ ଖାନ୍, ଆମିର୍ ଖାନ୍ ଓ ଅଜୟ ଦେବଗନ୍ ଭଳି ତାରକାମାନେ ନିଜ-ନିଜ ନିର୍ଦ୍ଧିଷ୍ଟ ପଥରେ ଚାଲୁଛନ୍ତି।

ପ୍ରତ୍ୟେକ ନିଜ ପସନ୍ଦର ଜୋନରେ କାମ କରୁଛନ୍ତି, ଏବଂ ସେମାନେ ନିରନ୍ତର ନୂତନ ପ୍ରୟୋଗ ମଧ୍ୟ କରୁଛନ୍ତି। ଶାହରୁଖ୍ ହୁଅନ୍ତୁ

କି ଆମିର୍, ସେମାନେ ସମସ୍ତେ ବହୁତ ଏକ୍ସପେରିମେଣ୍ଟାଲ୍ ଏବଂ ପ୍ରତ୍ୟେକ ଫିଲ୍ମରେ କିଛି ନୂଆ ଦେଖାଇବାକୁ

ଚେଷ୍ଟା କରନ୍ତି।

ସେମାନଙ୍କର କ୍ୟାରିୟର ସେଇ ଦିନରୁ ଆରମ୍ଭ ହୋଇଥିଲା ଯେତେବେଳେ ସୋସିଆଲ୍ ମିଡିଆ ନଥିଲା, କି କୌଣସି ଡିଜିଟାଲ୍

ପ୍ରମୋସନ୍। ସେମାନେ ନିଜର ହାର୍ଡୱାର୍କ ଓ ଟ୍ୟାଲେଣ୍ଟ୍‌ ଦ୍ୱାରା ଏହି ଷ୍ଟାରଡମ୍ ପାଇଥିଲେ। ଏହି

କାରଣରୁ, ଆଜି ମଧ୍ୟ ସେମାନେ ନିଜ ଫିଲ୍ମ ମାଧ୍ୟମରେ ରିସ୍କ ନେବାକୁ ପଛୁଆ ହେଉନାହାନ୍ତି ଓ

ଦର୍ଶକଙ୍କୁ କିଛି ନୂଆ ଦେବାକୁ ଚେଷ୍ଟା କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande