ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ପ୍ରସ୍ତୁତି ଯାଂଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ପବିତ୍ର ପୁରୀ ସହରରେ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଉତ୍ସବ ସମୟରେ ପରିଦର୍ଶନ କରିବାକୁ ଆଶା କରାଯାଉଥିବା ତୀର୍ଥଯାତ୍ରୀଙ୍କ ସୁଗମ ପରିବହନ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ
ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ପ୍ରସ୍ତୁତି ଯାଂଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ


ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ପବିତ୍ର ପୁରୀ ସହରରେ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଉତ୍ସବ ସମୟରେ ପରିଦର୍ଶନ କରିବାକୁ ଆଶା କରାଯାଉଥିବା ତୀର୍ଥଯାତ୍ରୀଙ୍କ ସୁଗମ ପରିବହନ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ବ୍ୟାପକ ଏବଂ ସୁସଜ୍ଜିତ ପ୍ରସ୍ତୁତି କରୁଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ବୁଧବାର ପୁରୀ ରେଳ ଷ୍ଟେସନରେ ତାଙ୍କ ନିରୀକ୍ଷଣରେ ଭକ୍ତଙ୍କ ଆଗମନ ପରିଚାଳନା ପାଇଁ କରାଯାଇଥିବା ବ୍ୟାପକ ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଏହି ଯାଂଚରେ ଯାତ୍ରୀଙ୍କ ଆରାମ, ଭିଡ଼ ପରିଚାଳନା, ଭିତିଭୂମି ପ୍ରସ୍ତୁତି ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତିର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ରଥଯାତ୍ରା ସମୟରେ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପୁରୀ ରେଳ ଷ୍ଟେସନ ଏବଂ ଏହାର ଆଖପାଖରେ ବ୍ୟାପକ ଭିତିଭୂମି ଉନ୍ନତି ଏବଂ ସେବା ନିୟୋଜିତ କରି ରେକର୍ଡ ଭିଡ଼କୁ ପରିଚାଳନା କରିବାକୁ ପୂର୍ବତଟ ରେଳପଥ ପ୍ରସ୍ତୁତ ।

ଅସାଧାରଣ ଯାତ୍ରା ଚାହିଦା ପୂରଣ କରିବା ପାଇଁ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରୁ ୩୬୫ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳିତ ହେଉଛି । ପୂର୍ବତଟ ରେଳପଥ ପୁରୀରେ ସମର୍ପିତ ତୀର୍ଥଯାତ୍ରୀ ପ୍ରତୀକ୍ଷା କ୍ଷେତ୍ର ଏବଂ ମେଳା ସେଡ୍ ପ୍ରତିଷ୍ଠା କରିଛି, ଯାହା ପର୍ଯ୍ୟାପ୍ତ ତୀର୍ଥଯାତ୍ରୀଙ୍କ ବିଶ୍ରାମ ନେବାପାଇଁ ଉପଲବ୍ଧ କରାଯାଇଛି।ସ୍କାଉଟ୍ସ ଏବଂ ଗାଇଡ୍ସ, ସ୍ୱେଛା ସେବି ମାନଙ୍କ ସହିତ ରେଳବାଇ ସୁରକ୍ଷା ବଳଏବଂ ସରକାରୀ ରେଳବାଇ ପୁଲିସ, ଡୁଆଲ୍‌-ଲେୟାର ଟିକେଟ୍ ଯାଞ୍ଚ ଏବଂ ରଣନୈତିକ ବ୍ୟାରିକେଡିଂ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ସୁନିଶ୍ଚିତ କରାଯିବ ।

ପୁରୀ ଷ୍ଟେସନରେ ୩୪ ଟି ବୁକିଂ କାଉଂଟର କରାଯାଇଥିବା ବେଳେ ଭୁବନେଶ୍ୱର, ଖୋର୍ଧା ରୋଡ୍‌, କଟକ, ବ୍ରହ୍ମପୁର, ଭଦ୍ରକ ଭଳି ଜଙ୍କସନରେ ୩୫ ଟି ଅତିରିକ୍ତ କାଉଂଟର ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ମଧ୍ୟ ରେଳବାଇ ପରିସରରେ ତୀର୍ଥଯାତ୍ରୀମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟକର ଭୋଜନ ସେବା ଏବଂ ପାନୀୟ ଜଳ ଇତ୍ୟାଦି ଯୋଗାଇବା ପାଇଁ ବିଭିନ୍ନ ଏନଜିଓ ଗୁଡ଼ିକୁ ସହଯୋଗ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande