ଭୁବନେଶ୍ୱର, 27 ଜୁନ୍ (ହି.ସ.)- ରଥଯାତ୍ରା
ପାଇଁ 'ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ'ର ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରଦର୍ଶିତ 'ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ'ର ଉଦଘାଟନ କରିବା ସହ ବୁଲି ଦେଖିଛି।
ମନ୍ତ୍ରୀ କହିଛନ୍ତି ଯେ, ଏଠାରେ
ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନତା ବାର୍ତ୍ତା, ସରକାରଙ୍କ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା