ସାଧାରଣ ଧର୍ମଘଟ ନେଇ ସମ୍ବଲପୁରରେ ବିଶାଳ ବାଇକ ପଟୁଆର
ସାଧାରଣ ଧର୍ମଘଟ ନେଇ ସମ୍ବଲପୁରରେ ବିଶାଳ ବାଇକ ପଟୁଆର
ସାଧାରଣ ଧର୍ମଘଟ ନେଇ ସମ୍ବଲପୁରରେ ବିଶାଳ ବାଇକ ପଟୁଆର


ସମ୍ବଲପୁର, ୦୯ ଜୁଲାଇ (ହି.ସ.)

ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧିନ ଫେଡେରେସନ ମାନଙ୍କ ମିଳିତ ମଞ୍ଚ ର ଡାକରାରେ ଆଜି ଦେଶବ୍ୟାପୀ ଧର୍ମଘଟ ର ପ୍ରଭାବ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା। ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଅନୁଷ୍ଠିତ ବିକ୍ଷୋଭ, ଗଣ ଧାରଣା ଏବଂ ପଟୁଆର ଯୋଗୁ ବ୍ୟାଙ୍କ, ବୀମା ପ୍ରଭୃତି ଆର୍ଥିକ ପ୍ରତିଷ୍ଠାନ ରେ ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ନରିଷ୍ଠ ଶ୍ରମିକ ନେତା ବିଜୟ କୁମାର ମହାନ୍ତି, ଗଦାଧର କୂଅଁର, ଗୋକୁଳ ମେହେର, ସଞ୍ଜିତ ମହାନ୍ତି, ଏନ ଗୋପାଳ, ମହେଶ୍ୱର ଷଣ୍ଢ, ଲଳିତ ପଟ୍ଟନାୟକ, ସରୋଜିନୀ ଆଚାର୍ଯ୍ୟ, ପ୍ରଣୟ ନାୟକ, ଚୁମନ ପ୍ରଧାନ, ସୁଶାନ୍ତ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏକ ପଟୁଆର ସହର ପରୀକ୍ରମା କରିବା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୧୭ ଦଫା ଦାବୀ ସମ୍ମଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିକା।ଚାରି ଶ୍ରମ କୋଡ ବାତିଲ, ଆଇଏଲସି ଓ ଓପିଏସ ଲାଗୁ କରିବା, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ବିଭିନ୍ନ କୃଷିଜାତ ଦ୍ରବ୍ୟ ଓ ଶସ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣକୁ ଆଇନ୍ ପରିସର ଭୁକ୍ତ କରିବା, ଭାରତୀୟ ତ୍ରିପାକ୍ଷିକ ଶ୍ରମ ସମ୍ମିଳନୀ ନିୟମିତ ଆୟୋଜନ, ସାଧାରଣ, ଜୀବନ ବୀମା ଓ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର, ବେକାରୀ ସମସ୍ୟା ଦୁରୀ କରଣ ଓ ସାଧାରଣ କ୍ଷେତ୍ରରେ ରିକ୍ତ ପଦପଦବି ପୂରଣ କରି ନିଯୁକ୍ତି ସୁଯୋଗ ସୃଷ୍ଟି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ର ଘରୋଇକରଣ ବନ୍ଦ କରାଯିବା ପ୍ରଭୃତି ଦାବୀ ସମୁହ ନେଇ ଏହି ଧର୍ମଘଟ ଆହ୍ୱାନ କରାଯାଇଥିଲା ବୋଲି ହିନ୍ଦ ମଜଦୂର ସଭାର ସଞ୍ଜିତ ମହାନ୍ତି କହିଛନ୍ତି। ଏଚ ଏମ ଏସ, ସି ଆଇ ଟି ୟୁ, ବି ଇ ଏଫ ଆଉ, ଏ ଆଇ ଟି ୟୁ ସି, ଇନଟକ, ଅଖିଳ ଭାରତ ବ୍ୟାଙ୍କ କର୍ମଚାରୀ ଏସୋସିଏସନ ଏହି ଧର୍ମଘଟ ରେ ସାମିଲ ହୋଇଥିଲେ। ବ୍ୟାଙ୍କ, ଜୀବନ ବୀମା, ସାଧାରଣ ବୀମା, ଡାକ, ସଂଚାର ନିଗମଏବଂ ମେଡିକାଲ ରିପ୍ରେଜେଣ୍ଟଟେଟିଭ ମାନେ ଧର୍ମଘଟ କରିଥିଲେ। ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା ରେ ଶ୍ରମିକ ବିରୋଧୀ ଓ ପୁଞ୍ଜିପତି ଓ ଶିଳ୍ପପତି ମାଲିକ ମାନଙ୍କ ସପକ୍ଷବାଦି ୪ଟି ଶ୍ରମ କୋଡର ପ୍ରତ୍ୟାହାର କୁ ଶ୍ରମିକ ନେତା ମାନେ ବିରୋଧ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande