ବଲାଙ୍ଗୀର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଂଟ ଦ୍ୱିତୀୟ ଦିବସ
ବଲାଙ୍ଗୀର, ୨୯ ଜୁନ୍‌(ହି.ସ.) – ବଲାଙ୍ଗୀର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍ ଆଉଟ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଟାଉନ ହାଇସ୍କୁଲ ପଡିଆରେ ଭିକ୍ଟୋରିୟସ କ୍ଲବ ୧-୦ ଗୋଲରେ ମାଣିକେଶ୍ୱରୀ କନ୍ଧପାଲିକୁ ହରାଇଛି। ଅତିଥି ଭାବେ ଜେଆଇଟିଏମ୍ ଅଧ୍ୟକ୍ଷ ଡ. ଅନଙ୍ଗ ନାଏକ ଓ ଜିଲ୍ଲ
ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସ


ବଲାଙ୍ଗୀର, ୨୯ ଜୁନ୍‌(ହି.ସ.) – ବଲାଙ୍ଗୀର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍ ଆଉଟ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଟାଉନ ହାଇସ୍କୁଲ ପଡିଆରେ ଭିକ୍ଟୋରିୟସ କ୍ଲବ ୧-୦ ଗୋଲରେ ମାଣିକେଶ୍ୱରୀ କନ୍ଧପାଲିକୁ ହରାଇଛି। ଅତିଥି ଭାବେ ଜେଆଇଟିଏମ୍ ଅଧ୍ୟକ୍ଷ ଡ. ଅନଙ୍ଗ ନାଏକ ଓ ଜିଲ୍ଲା ପରିଷଦ କମ୍ପ୍ୟୁଟର ପ୍ରୋଗ୍ରାମର ରାଜିବ ଲୋଚନ ନେପାକ ଯୋଗ ଦେଇଥିଲେ। କ୍ରୀଡା ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କାଉନସିଲ ସଭ୍ୟ ଦ୍ୱାରିକା ପ୍ରସାଦ ପଣ୍ଡା ଓ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଓ ଟୁର୍ଣ୍ଣାମେଂଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚାସିନ ଥିଲେ। ଖେଳକୁ ସଂଜିତ ତରିଆ, ଶ୍ରବଣ ବାଗ, ତ୍ରିନାଥ ଚନ୍ଦନ, ଜିତୁ କୁମାର ଦଲାଇ ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ। ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ କୁଶଙ୍ଗ ଟ୍ରାଇବ୍ରେକର ସଡନଡେଥରେ ରେଲୱେ ଏଫ୍‌ସିକୁ ହରାଇ ବିଜୟୀ ହୋଇଛି। ଅତିଥି ଭାବେ ସୁଶ୍ରୀ ଆଇଟିଆଇ ଅଧ୍ୟକ୍ଷ ଇଂ ସନ୍ତୋଷ କୁମାର ବ୍ରହ୍ମା ଯୋଗ ଦେଇଥିଲେ। ଆଦିତ୍ୟ ପଟ୍ଟନାୟକ, ଲୋକନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଖେଳକୁ ସୁଧାଂଶୁ ସେଠ, ସୁରେଶ ନାଏକ, ଉମେଶ ଭୋଇ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ଲରମ୍ଭା ୩-୧ ଗୋଲରେ ଚୁଡାପାଲି ନବଜ୍ୟୋତି କୁ ହରାଇ ବିଜୟୀ ହେଲା। ପୂର୍ବତନ ଖେଳାଳି ଶ୍ରୀବତ୍ସ କୁମୁରା, ଅରୁଣ କୁମାର ପଟେଲ ଓ ଜଗବନ୍ଧୁ ଜୁଏଡ ଅତିଥି ଭାବେ ଯୋଗ ଦେଇଥିଲେ। ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଉପସ୍ଥିତ ଥିଲେ। ଖେଳକୁ ସଂଜିବ ମହାରଣା, ପୁରୁଷୋତମ ବୁଡେକ, ମଂଟୁ ବେହେରା ଓ ଜଳନ୍ଧର ସାହୁ ପରିଚାଳନା କରିଥିଲେ। ଟିଟିଲାଗଡ ସିଟି ସ୍କୁଲ ପଡିଆରେ ମଣିଗାଁ ୧-୦ ଗୋଲରେ ଡାଙ୍ଗବାହାଲ ଏଫ୍‌ସିକୁ ହରାଇ ବିଜୟୀ ହେଲା। ଜୋନ ସଂଯୋଜକ ତପନ ପ୍ରଧାନୀ ଅତିଥି ଭାବେ ଯୋଗ ଦେଇଥିଲେ। ଜରାସିଂହା ମିନି ଷ୍ଟାଡିୟମ ରେ ତୁଷୁରା ୩-୦ ଗୋଲରେ ଅର୍ନ୍ତଲ୍ଲା କୁ ହରାଇ ବିଜୟୀ ହେଲା। ପୂର୍ବତନ ଖେଳାଳି ଅଶୋକ କୁମାର ଥନାପତି ଓ ଲକ୍ଷ୍ମୀଧର ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଖେଳକୁ କୁନ୍ତେ ମେହେର, ସତ୍ୟ ଦଣ୍ଡସେନା, ଡୋଳାମଣି ବଗର୍ତି ଓ ପ୍ରଶାନ୍ତ ଥନାପତି ପରିଚାଳନା କରିଥିଲେ। ଲୋଇସିଂହା ମିନି ଷ୍ଟାଡିୟମରେ ଏଚ୍‌ଆରଡିଏ ଖଲିଆପାଲି ୩-୨ ଗୋଲରେ ସକମା କୁ ହରାଇ ବିଜୟୀ ହେଲା। ପୂର୍ବତନ ଆର୍ମୀ ଆନନ୍ଦ ପୁଟେଲ ଓ ଚତୁର ଦଲାଇ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳକୁ କରୁଣାକର ପ୍ରଧାନ, ଅଞ୍ଜନ ଭେସ୍ରା, ଗୋପାଳ ପ୍ରଧାନ ଓ ବିଜୟ କୁମାର ରଣା ପରିଚାଳନା କରିଥିଲେ। ବଙ୍ଗୋମୁଣ୍ଡା ପଡିଆରେ କୋଷ୍ଟାଲ ଇଲେଭେନ କଣ୍ଟାବାଞ୍ଜି ୧-୦ ଗୋଲରେ ଚଟୁଅନକା ଏପ୍‌ଏ କୁ ହରାଇ ବିଜୟୀ ହେଲା। ବିରମହାରାଜ ପୁର ଏସିଷ୍ଟେଣ୍ଡ କଲେକ୍ଟର ନରେନ୍ଦ୍ର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳକୁ ଆଶିର୍ବାଦ ସା, ଅଶ୍ୱିନୀ ଭୁକ୍ତା, ବୁଲୁ ମାଝି, ଡିସାମ୍ବର ଭୋଇ, ସୁନିଶ ପ୍ରଧାନ, ଗଣେଷ ଭୋଇ ପରିଚାଳନା କରିଥିôଲେ। ଖୁଜେନପାଲି ପଡିଆରେ ଜେଏସ୍‌ସି ଖଲିଆପାଲି ୧-୦ ଗୋଲରେ ବାଗଭାଡି କୁ ହରାଇ ବିଜୟୀ ହେଲା। ଖେଳକୁ ସୁଶାନ୍ତ ନାଗ, ରାଜେନ୍ଦ୍ର ଧରୁଆ, ସୁଦର୍ଶନ ସେଠ ଓ ଜ୍ୟୋତିରଂଜନ ମହାନନ୍ଦ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande