ଜୟପୁର, 29 ଜୁନ୍ (ହି.ସ.)
ବିଜରାପାଲ୍ଲୀ ଗ୍ରାମର ଶୋରା ଗାଦବାଙ୍କ ଝିଅକୁ ତାଙ୍କ ଶଶୁର ଘର ଲୋକେ ତଣ୍ଟିଚିପି ହତ୍ୟା କରିଥିବା ନେଇ ଅଭିଯୋଗକୁ ଭିତ୍ତିକରି ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ଗତକାଲି ତାଙ୍କ ଜ୍ବାଇଁ ମଧୁ ଗାଦବା ତାଙ୍କ ଝିଅ ଫାସି ହୋଇ ମରିଯାଇଛି ବୋଲି କହିବା ପରେ ତୁରନ୍ତ ବାପା ଝିଅର ଶଶୁରଘର ବଦଲିଗୁଡା ଗ୍ରାମକୁ ଯାଇଥିଲେ। ସେ ଯାଇ ଦେଖିଲା ବେଳକୁ ଝିଅର ମର ଶରିରକୁ ତଳେ ରଖି ନିକଟରେଏକ ଦଉଟି ରଖିଛନ୍ତି ଏବ˚ ବେକରେ ଗୋଡରେ ଏବ˚ ହାତରେ ବାଡିରେ ମାରିବା ଭଳି ଚିହ୍ନ ଗୁଡିକ ଦେଖିଥିଲେ। ପରେ ସେ ସଦରଥାନାକୁ ଆସି ତାଙ୍କ ଝିଅ ଫାଶି ହୋଇ ମରିନି ତାକୁ ତାଙ୍କ ଶଶୁର ଘର ଲୋକେ ମାରିଦେଇଛନ୍ତି ବୋଲି ଲିଖିତ ଭାବେ ଅଭିଯୋଗ ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମକଦ୍ଧମା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି