ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଚାଳକ ଗୁରୁତର
କୋରେଇ, ୨୯ ଜୁନ୍ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ମହମ୍ମଦଜମାଲପୁର କୃପାଳୁ ରାଇସ ମିଲ ସମ୍ମୁଖ ରାସ୍ତା ନିକଟରେ ଏକ ବୁଲେଟ ଆରୋହୀ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡରେ ପିଟି ହୋଇ ଗୁରୁତର ଆହତ ହୋଇଛି । ପ୍ରକାଶ ଯେ, ସୁକିନ୍ଦା ଅଂଚଳର ଜଣେ ଯୁବକ ପାଣିକୋଇଲିରୁ ଯାଜପୁରରୋ
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଚାଳକ ଗୁରୁତର


କୋରେଇ, ୨୯ ଜୁନ୍ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ମହମ୍ମଦଜମାଲପୁର କୃପାଳୁ ରାଇସ ମିଲ ସମ୍ମୁଖ ରାସ୍ତା ନିକଟରେ ଏକ ବୁଲେଟ ଆରୋହୀ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡରେ ପିଟି ହୋଇ ଗୁରୁତର ଆହତ ହୋଇଛି । ପ୍ରକାଶ ଯେ, ସୁକିନ୍ଦା ଅଂଚଳର ଜଣେ ଯୁବକ ପାଣିକୋଇଲିରୁ ଯାଜପୁରରୋଡ ଅଭିମୁଖେ ଏକ ବୁଲେଟ ନମ୍ବର ( ଓଡି୨୨ସିଟି ୪୬୨୭) ଯୋଗେ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ମଝି ଡିଭାଇଡରରେ ପିଟି ହୋଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଓ ରାଜପଥ ପେଟ୍ରୋଲିଂଗ ଗାଡି ପହଂଚି ଆହତକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁରରୋଡ କ୍ଷେତ୍ରୀୟ ଚିକତ୍ସାଳୟକୁ ପଠାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande