ଡିଜେର ଉତ୍କଟ ଶବ୍ଦରୁ ମୁକ୍ତି ନାହିଁ, କାଗଜ କଲମ ରେ ସୀମିତ ଆଇନ, ମୁଣ୍ଡ ନେଉଛି ଡିଜେର ଉତ୍କଟ ଶବ୍ଦ !
ଭଦ୍ରକ, ୨୯ ଜୁନ୍ (ହି.ସ.) - ଭଦ୍ରକ ସହର ସମେତ ଜିଲ୍ଲାରେ ଡିଜେ ଶବ୍ଦ ପାଇଁ ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକ, ବରିଷ୍ଠ ନାଗରିକ, ବିଦ୍ୟାର୍ଥୀ । ନ୍ୟାୟାଳୟଙ୍କ ପ୍ରତିବନ୍ଧକ ସତ୍ୱେ ଡିଜେ ଉପରେନିୟନ୍ତ୍ରଣ ଲଗାଇ ପାରୁନି ପୁଲିସ ଓ ପ୍ରଶାସନ । ଶୋଭାଯାତ୍ରା ପାଇଁ ଅନୁମତି ଆଣିବା ସମୟରେ ଡିଜେକୁ ଅନୁମତି ନ
DJ RA UTKATA SABDHA MUKTI NAHIN


ଭଦ୍ରକ, ୨୯ ଜୁନ୍ (ହି.ସ.) - ଭଦ୍ରକ ସହର ସମେତ ଜିଲ୍ଲାରେ ଡିଜେ ଶବ୍ଦ ପାଇଁ ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକ, ବରିଷ୍ଠ ନାଗରିକ, ବିଦ୍ୟାର୍ଥୀ । ନ୍ୟାୟାଳୟଙ୍କ ପ୍ରତିବନ୍ଧକ ସତ୍ୱେ ଡିଜେ ଉପରେନିୟନ୍ତ୍ରଣ ଲଗାଇ ପାରୁନି ପୁଲିସ ଓ ପ୍ରଶାସନ । ଶୋଭାଯାତ୍ରା ପାଇଁ ଅନୁମତି ଆଣିବା ସମୟରେ ଡିଜେକୁ ଅନୁମତି ନଥିବା ଲୋଖାଯାଉଥିଲେ ମଧ୍ୟ ଏହାକୁ ମାନୁ ନାହାନ୍ତି ଅନୁମତି ଆଣୁଥିବା ବ୍ୟକ୍ତି ଓ ଅନୁଷ୍ଠାନ । ପୁଲିସ କିଛି କହିଲେ ସେମାନଙ୍କ ଉପରେ ସଙ୍ଗେସଙ୍ଗେ ପଡ଼ୁଛି ରାଜନୈତିକ ଚାପ । ତେଣୁ ପୁଲିସ ନିରବ ରହୁଛି । ଫଳରେଡିଜେକୁ ନେଇ ଥିବା ପ୍ରତିବନ୍ଧକ ଆପଣାଛାଏଁ ମିଳାଇ ଯାଉଛି ଡିଜେର ଗୁରୁଗର୍ଜନ ଶବ୍ଦ ଭିତରେ । ତେବେ କେତେକ କ୍ଷେତ୍ରରେ ଡିଜେ ବ୍ୟବହାରକାରୀଙ୍କୁ ବିନା ଭାଇବ୍ରେଟରରେ ୨୦ରୁ ୩୦ ଡେସିବଲ ଶବ୍ଦ ପାଇଁ ଅନୁମତି ଦିଆଯାଉଛି । କିନ୍ତୁ ବ୍ୟବହାରକାରୀ ଏହାକୁ ୧ଶହରୁ ୧୨୦ ଡେସିବଲ ପର୍ଯ୍ୟନ୍ତ ନେଇ ଯାଉଛନ୍ତି । ଏଥିରୁ ଯେଉଁ ଶନବ୍ଦ ବାହରୁଛି ତାହା ସ୍ନାୟୁ, ମସ୍ତଷ୍କ ଓ ହୃତପିଣ୍ଡ ଉପରେ ପ୍ରଭାବ ପକାଉଛି । ବହୁ ସମୟରେ ଏହାର ଉତ୍କଟ ଶବ୍ଦ ଜୀବନ ନେଉଥିବାର ନଜିର ରହିଛି । ଏହାର ଉଦାହରଣ ସ୍ୱରୂପ ଚଳିତ ରଥ ଯାତ୍ରା ରେ ଭଗବାନ ପୁର ପଞ୍ଚାୟତ ର ଜଣେ ୧୪ ବର୍ଷ ର ନାବାଳକ ଡିଜେ ର ଉତ୍କଟ ଶବ୍ଦ ରେ ମୃତ୍ୟୁ ହୋଇଛି । କେବଳ ଏତିକି ନୁହେଁ ତିହିଡି ରେ ମଧ୍ୟ ୨ ଜଣଙ୍କର ପ୍ରାଣ ହାନି ହୋଇଛି ।ସହରାଞ୍ଚଳରେ ଏହି ଶବ୍ଦ ପ୍ରଦୂଷଣ ଉପରେ କିଛି ପ୍ରତିବନ୍ଧକ ଥି ଲାବେଳେ, ଗ୍ରାମାଞ୍ଚଳରେ ଏହା ଉପରେ କୌଣସି ଅଙ୍କୁଷ ନାହିଁ । ଧାମନଗର ବ୍ଳକର ସମସ୍ତ ଅଞ୍ଚଳରେ ଡିଜେ ଶବ୍ଦରେ ଅତିଷ୍ଠ ହେଉଛନ୍ତି ବିଭିନ୍ନ ବର୍ଗର ଲୋକ । ଏହି ଶବ୍ଦ ପ୍ରଦୂଷଣକୁ ବିରୋଧ କରିବାକୁ ସାଧାରଣଲୋକେ ସାହସ ଜୁଟାଇ ପାରୁ ନାହାନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଶବ୍ଦ ପ୍ରଦୂଷଣ କୁ ତିନି ଭାଗରେ ବିଭକ୍ତ କରାଯାଇଛି । କମର୍ସି ଆଲ, ରେସିଡେନ୍‌? ସି ଆଲ ଓ ସାଇଲେନ୍ସ ଜୋନ । ଏହି ସବୁ ଅଞ୍ଚଳରେ କେତେ ମାତ୍ରାରେ ଶବ୍ଦ ବଜା ଯାଇପାରିବ ତାର ମଧ୍ୟ ବିବଦ୍ଧ ନିୟମ ରହିଛି । ଯଥା କମର୍ସିଆଲ ଜୋନ୍‌ରେ ସକାଳ ୬ଟା ରୁ ରାତି ୧୦ଟା ମଧ୍ୟରେ ୬୫ ଡେସିବଲ, ରାତି ଦଶ ଟାରୁ ସକାଳ ଛଅ ଟା ପର୍ଯ୍ୟନ୍ତ ୫୫ଡେସିବଲ, , ସାଇଲେନ୍ସ ଜୋନରେ ରାତି ଦଶ ମଧ୍ୟରେ ୫୦ଡେସିବଲ, ଏହାପରେ ସକାଳ ଛଅ ପର୍ଯ୍ୟନ୍ତ ୪୦ଡେସିବଲ ଓ ରେସିଡେନ୍‌?ସିଆଲ ଜୋନ୍‌?ରେ ସକାଳ ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ୫୫ଡେସିବଲ ଓ ରାତି ୧୦ ଟା ରୁ ସକାଳ ୬ଟା ପର‌୍ୟ୍‌ଯନ୍ତ ୪୫ଡେସିବଲ ଶବ୍ଦ ବଜାଇ ବାର କଡାକଡି ନିୟମ ରହିଛି । କିନ୍ତୁ ବିଡମ୍ବନା ହେଉଛି ଏହାକୁ ଦେଖିବାକୁ କେହି ନାହିଁ । ଅପରପକ୍ଷେ ଏହି ଡିଜେ ପାଇଁ ଓଡ଼ିଶାର ପାରମ୍ପରିକ ବାଦ୍ୟ କଳାକାର ଘୋର ଆର୍ôଥକ ଅନାଟନ ଦେଇ ଗତି କରୁଛନ୍ତି । ଅନେକ କଳାକାର ସେମାନଙ୍କର ଜୀବିକା ହରାଇଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ଅନୁକମ୍ପା ମହିଳା ସଂଗଠନ ପକ୍ଷରୁ ସଭାପତି କବିତା ସାହୁ, ସମ୍ପାଦିକା ଅଞ୍ଜନା ମହାକୁଡ ଓ ଉପ ସଭାପତି ବିମଳା ନାଥ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande