ଲଗାଣବର୍ଷାରେ ଚାଲିଛି ଜାତୀୟରାଜପଥର ଢଳେଇ କଂକ୍ରିଟ କାର୍ଯ୍ୟ, ସକାଳେ ହେଲା ; ସଂଜରେ ଧୋଇଗଲା, ବର୍ଷାପାଣିରେ ଧୋଇଯିବ ୧.୮୬କୋଟି ଟଙ୍କାର ରାସ୍ତା!
ଭଦ୍ରକ, ୨୯ ଜୁନ୍ (ହି.ସ.) - ମୌସୁମୀ ପ୍ରଭାବରେ ଗତ ୩ଦିନ ହେଲା ଆରଡି ସମେତ ଆଖପାଖ ଅଞ୍ଚଳରେ ଲାଗି ରହିଛି ଲଗାଣ ଝଡବର୍ଷା। ତୁହାକୁତୁହା ବର୍ଷା ଲାଗି ରହିଥିବାରୁ ଭକ୍ତଶୂନ୍‌ଯ ହୋଇ ପଡିଛି ଆରଡିପୀଠ। ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ କୁଆଖିଆ ସାତଭାୟା ଭାୟା ଆଖଣ୍ଡଳମଣି ୨୦ନଂ ଜାତୀୟରାଜପଥର ଆରଡି ପ୍ରବ
LAGANA BARSARE JATIYA RAJAPATHA KARYA


ଭଦ୍ରକ, ୨୯ ଜୁନ୍ (ହି.ସ.) - ମୌସୁମୀ ପ୍ରଭାବରେ ଗତ ୩ଦିନ ହେଲା ଆରଡି ସମେତ ଆଖପାଖ ଅଞ୍ଚଳରେ ଲାଗି ରହିଛି ଲଗାଣ ଝଡବର୍ଷା। ତୁହାକୁତୁହା ବର୍ଷା ଲାଗି ରହିଥିବାରୁ ଭକ୍ତଶୂନ୍‌ଯ ହୋଇ ପଡିଛି ଆରଡିପୀଠ। ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ କୁଆଖିଆ ସାତଭାୟା ଭାୟା ଆଖଣ୍ଡଳମଣି ୨୦ନଂ ଜାତୀୟରାଜପଥର ଆରଡି ପ୍ରବେଶପଥ ଠାରୁ ବାଇପାସ ଚାରିଛକ ଯାଏଁ ପୂର୍ବରୁ ଚାଲିଥିବା ଢଳେଇ କଂକ୍ରିଟ କାର୍ଯ୍ୟ ବର୍ଷାରେ ତରବରିଆ ଭାବେ କରାଯାଉଛି। ରାସ୍ତାରେ ଢଳେଇ କରାଯାଇଥିବା କଂକ୍ରିଟର ସିମେଂଟ କେଉଁଠି ଧୋଇଯାଉଛି ତ ଆଉ କେଉଁଠି ବାଲି କାଦୁଅ ସିମେଂଟ ଏକାକାର ହେଇଯାଉଛି। ଏପରି ବାବଦରେ ଠିକାଦରକୁ ପଚାରିଲେ ସାଧାରଣ ଲୋକଙ୍କୁ ନାଲି ଆଖି ଦେଖାଉଛି। ଯାହାକୁ ନେଇ ଜନ ଅସନ୍ତୋଷ ଦେଖା ଦେବା ସହ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନ କରିଛନ୍ତି ସାଧାରଣ ଲୋକ। ବିଶେଷକରି ସକାଳେ ହୋଇଥିବା କଂକ୍ରିଟ ରାସ୍ତା ସଂଜରେ ଅର୍ଦ୍ଧାଧିକ ଧୋଇଯିବାରୁ ଗୋଡିବାଲି ଦେଖାଯାଉଛି। ଅନ୍ୟପଟେ ବର୍ଷାହେଲେ କାର୍ଯ୍ୟ ବନ୍ଦ ରହିବ ବୋଲି କଟକ ଡିଭିଜନର ଏସଡିଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତାହାସହ ଏହି କାର୍ଯ୍ୟ ପାଇଁ କେତେ ରାସ୍ତା ନବୀକରଣ କରାଯିବ। ଓସାର ଓ ଲମ୍ବ କେତେ ରହିବ। ରାସ୍ତାର ସ୍ଥାୟୀତ୍ୱ ନିମନ୍ତେ ଉଭୟ ପାର୍ଶ୍ୱରେ କେତେ ଫୁଟ ସୁରକ୍ଷା ପ୍ରାଚେରୀ କରାଯିବ କୌଣସି ସୂଚନାଫଳକ ଲଗାଯାଇନାହିଁ। ଅପରପକ୍ଷେ ଠିକାଦାର ଓ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କ ସଲାସୁତରାରେ ମନଇଛା ରାସ୍ତାରେ ଢଳେଇ କାର୍ଯ୍ୟ ଚାଲୁଥିବା କହିଛନ୍ତି ଅରବିନ୍ଦ ପାଢୀ ଓ ଭକ୍ତ ମହାସଂଘର କର୍ମକର୍ତା ବିରକିଶୋର ପଣ୍ଡା ପ୍ରମୁଖ। ଉକ୍ତ ରାସ୍ତାରେ ପ୍ରତିଦିନ ଆଗନ୍ତୁକ ପ୍ରଯ୍‌ଯଟକ ଓ ଶ୍ରଦ୍ଧାଳୁଭକ୍ତମାନଙ୍କ ଶହଶହ ଗାଡି ଯାତାୟତ କରୁଥିବା ବେଳେ ୨ଟି ବ୍ଲକର ୨୦ଦ୨୫ଖଣ୍ଡ ଗାଁର ଲୋକ ଯାତାୟତ କରିଥାନ୍ତି। ହେଲେ ବିଭାଗୀୟ କନିଷ୍ଠଯନ୍ତ୍ରୀ କାର୍ଯ୍‌ଯର ତଦାରଖ ନକରିବା ଲଗାଣବର୍ଷାରେ ସିମେଂଟ କଂକ୍ରିଟ ଢଳେଇ କରିବା ସାଧାରଣରେ ଚକିତ କରିଛି। ଏ ବାବଦରେ ବିଭାଗୀୟ ଏସଡିଓ ନାରାୟଣ ଟୁଡୁଙ୍କୁ ଅଭିଯୋଗ କଲେ ସମାନ ଢଙ୍ଗରେ କହନ୍ତି ଯେ ରାସ୍ତା ନବୀକରଣ ପାଇଁ ୧.୮୬କୋଟି ଟଙ୍କା ଯୋଗାଇ ଦିଆଯାଇଛି। ରାସ୍ତାର ସ୍ଥାୟୀତ୍ୱ ନିମନ୍ତେ ଉଭୟ ପାର୍ଶ୍ୱରେ ୪ଦ୫ଫୁଟ ସୁରକ୍ଷା ପ୍ରାଚେରୀ କରାଯାଇ ରାସ୍ତା କଂକ୍ରିଟ କରାଯିବାର ନିୟମ ରହିଛି। ଏହାର ତଦାରଖ ପାଇଁ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ କୁହାଯାଇଛି। ହେଲେ ବର୍ଷାରେ କାମ କରିବା ପାଇଁ ମନା ହୋଇଛି। ଏପଟେ ଓଲଟା ନାଁ ଅଛନ୍ତି କନିଷ୍ଠଯନ୍ତ୍ରୀ ନାଁ ହେଉଛି ସଠିକ ରାସ୍ତା ନବୀକରଣ। ଢୋଢୋ ବର୍ଷାରେ ଚାଲିଛି ସିମେଂଟ କଂକ୍ରିଟ ରାସ୍ତା।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande