ରଥଯାତ୍ରା ଦଳାଚକଡା଼ରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର, 29 ଜୁନ୍ (ହି.ସ.) - ରଥଯାତ୍ରା ଦଳାଚକଡା଼ରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ଏହା ଏକ ହୃଦୟ ବିଦାରକ ଘଟଣା। ସେ ସ୍ଥାନରେ ଏଭଳି ଘଟଣା ଘଟିବା କଥା ନୁହେଁ। ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ଘଟିଥିବା ଘଟଣା ସ
ରଥଯାତ୍ରା ଦଳାଚକଡା଼ରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରତାପ ଷଡଙ୍ଗୀ


ଭୁବନେଶ୍ୱର, 29 ଜୁନ୍ (ହି.ସ.)

- ରଥଯାତ୍ରା ଦଳାଚକଡା଼ରେ

ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ଏହା ଏକ ହୃଦୟ ବିଦାରକ ଘଟଣା। ସେ ସ୍ଥାନରେ ଏଭଳି

ଘଟଣା ଘଟିବା କଥା ନୁହେଁ। ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ଘଟିଥିବା ଘଟଣା ସମସ୍ତଙ୍କ

ହୃଦୟକୁ କମ୍ପେଇ ଦେଇଛି। ମୁଖ୍ୟମନ୍ତ୍ରୀ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ମୁଁ ମଧ୍ୟ

କ୍ଷମା ପ୍ରାର୍ଥନା କରୁଛି। ଆମର ପୁରା ବିଶ୍ୱାସ ଏହା ଉପରେ ସଠିକ୍ ତଦନ୍ତ ହେବ ଯେଉଁ ମାନେ

ଦାୟିତ୍ଵରେ ଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଭବିଷ୍ୟତରେ ଏଭଳି ଘଟଣା ନ ଘଟୁ

ଭଗବାନଙ୍କ ନିକଟରେ ପ୍ରାର୍ଥନା। ପ୍ରସାଶନ ଓ ସରକାର ଏହା ଉପରେ ଧ୍ୟାନ ଦେବା ଦରକାର। ତଦନ୍ତ

ହେଲେ ସମସ୍ତ ଘଟଣା ସାମ୍ନାକୁ ଆସିବେ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande