ଭୁବନେଶ୍ୱର, 29 ଜୁନ୍ (ହି.ସ.)
- ପୁରୀ ଦଳଚକଟାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି ଦୁଃଖ
ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ଜଣଙ୍କର ମୃତ୍ୟୁ ଘଟିଛି
। ଆଡ଼ପ ମଣ୍ଡପ ବିଜେ ନୀତି ଶୃଙ୍ଖଳିତ କରିବା ପାଇଁ ଆଲୋଚନା ଚାଲିଛି । ଆଡ଼ପ ପହଣ୍ଡି ବିଜେ
ନୀତି ସନ୍ଧ୍ୟା ୫ଟାରୁ ୬ ମଧ୍ୟରେ ହେବ । ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଦ୍ବିତୀୟ ଦିନରେ
ଚାଲିଛି । ବିଶେଷଜ୍ଞ ଦଳର ୧୩ ଜଣିଆ କମିଟି ସହ ଆଲୋଚନା କରିଛି । ନୀଳାଦ୍ରି ବିଜେ ପୂର୍ବରୁ
ମରାମତି କାର୍ଯ୍ୟ ସମ୍ପନ୍ନ ହେବା ଉପରେ ଗୁରୁତ୍ବ ଦିଆଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା