ଦେଶି ମଦ ଚାଲାଣ ବେଳେ ଚଢାଉ, ଜଣେ ଗିରଫ
ଜୟପୁର, ୨୯ ଜୁନ୍ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଲକ୍ଷ୍ମଣ ନାୟକ (୪୬) ସୁଚନା ଅନୁଯାଇ ନିଳାଗୁଡାରୁ ଏକ ବାଇକ ରେ ଜୟପୁର ସହରକୁ ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଅବକାରି ଥାନା ଜୟନଗରରେ ଚଢାଉ କର
ଦେଶି ମଦ ଚାଲାଣ ବେଳେ ଚଢାଉ, ଜଣେ ଗିରଫ


ଜୟପୁର, ୨୯ ଜୁନ୍ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଲକ୍ଷ୍ମଣ ନାୟକ (୪୬) ସୁଚନା ଅନୁଯାଇ ନିଳାଗୁଡାରୁ ଏକ ବାଇକ ରେ ଜୟପୁର ସହରକୁ ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଅବକାରି ଥାନା ଜୟନଗରରେ ଚଢାଉ କରିଥିଲା । ଚଢାଉ କରି ୧୭ ଲିଟର ଦେଶି ମଦ ଓ ବାଇକ କୁ ଜବତ କରିଛି । ଗିରଫ ଅଭିଯୁକ୍ତ କୁ ଆଜି ଅପରାହ୍ନ ୧ ଘଂଟା ସମୟରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande