ଭୁବନେଶ୍ୱର, 30 ଜୁନ୍ (ହି.ସ.)- ହୁଲ ଦିବସରେ
ସମସ୍ତ ଜନଜାତି ବଳିଦାନୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,
୧୮୫୫ ମସିହାରେ ସାନ୍ତାଳ ପ୍ରଗଣା
ମାଟିରେ ଯେଉଁ ହୁଲ୍ ବିଦ୍ରୋହର ଅଗ୍ନି ପ୍ରଜ୍ୱଳିତ ହୋଇଥିଲା, ତାହା କେବଳ ବ୍ରିଟିଶ
ଶାସନ ବିରୋଧୀ ବିଦ୍ରୋହ ନୁହେଁ, ବରଂ ଏହା ଜନଜାତି ଗରିମା, ମାତୃଭୂମିର ସୁରକ୍ଷା ଓ ସାଂସ୍କୃତିକ ଅସ୍ମିତା ପାଇଁ ଦିଆଯାଇଥିବା ଏକ ଅମର ବଳିଦାନ ଥିଲା।
ସିଦ୍ଧୋ-କାହ୍ନୁ, ଚାଁଦ-ଭୈରବ ଓ
ଫୁଲୋ-ଝାନୋ ପରି ଅମର ବଳିଦାନୀମାନେ କେବଳ ବ୍ରିଟିଶ ଦମନ ବିରୋଧରେ ସ୍ୱର ଉଠାଇନଥିଲେ,
ବରଂ ଜଳ, ଜଙ୍ଗଲ ଓ ଜମି ପାଇଁ ତାଙ୍କର ସବୁକିଛି ଉତ୍ସର୍ଗ କରିଦେଇଥିଲେ। ସେମାନଙ୍କର ସଂଘର୍ଷ କେବଳ
ଶାସନ ପରିବର୍ତ୍ତନ ପାଇଁ ନୁହେଁ, ବରଂ ନିଜ ପରିଚୟ, ଅଧିକାର ଓ
ସଂସ୍କୃତିକୁ ରକ୍ଷା କରିବାର ଏକ ଦୃଢ଼ ସଂକଳ୍ପ ଥିଲା।‘ହୁଲ୍ ଦିବସ’ ଅବସରରେ ସମସ୍ତ
ଜନଜାତି ଅମର ବଳିଦାନୀମାନଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା