ତେଲେଙ୍ଗାନା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡକୁ ନେଇ ପିଏମଙ୍କ ଶୋକ, କ୍ଷତିପୂରଣ ଘୋଷଣା
ନୂଆଦିଲ୍ଲୀ, 30 ଜୁନ୍ (ହି.ସ.) - ତେଲେଙ୍ଗାନାର ସଙ୍ଗାରେଡ଼ଡି ଜିଲ୍ଲାର ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଯୋଗୁ ଘଟିଥିବା ଦୁଃଖଦ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ କିଛି ଲୋକଙ୍କର ଜୀବନ ଯାଇଥି
ତେଲେଙ୍ଗାନା ଫ୍ୟାକ୍ଟ୍ରି     ଅଗ୍ନିକାଣ୍ଡକୁ ନେଇ ପିଏମଙ୍କ ଶୋକ, କ୍ଷତିପୂରଣ ଘୋଷଣା


ନୂଆଦିଲ୍ଲୀ, 30 ଜୁନ୍ (ହି.ସ.)

- ତେଲେଙ୍ଗାନାର

ସଙ୍ଗାରେଡ଼ଡି ଜିଲ୍ଲାର ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଯୋଗୁ ଘଟିଥିବା ଦୁଃଖଦ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ସୋମବାର ଦିନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ କିଛି ଲୋକଙ୍କର

ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କ ପ୍ରତି

ସମବେଦନା ଜଣାଇ କହିଛନ୍ତି ଯେ, ଏହି ଶୋକଦାୟକ ଘଟଣାରେ ସମଗ୍ର ଦେଶ ସେମାନଙ୍କ ସହିତ ଅଛି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ

ଏକ ବିବୃତ୍ତିରେ କହିଛି ଯେ, ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଏହି ଦୁର୍ଘଟଣାରେ ଜୀବନ ହାରାଇଥିବା

ପ୍ରତ୍ୟେକ ବ୍ୟକ୍ତିଙ୍କର ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ କୋଷରୁ 2 ଲକ୍ଷ ଟଙ୍କା

ଅନୁଗ୍ରହ ଧନରାଶି ଦେବାକୁ ଘୋଷଣା କରିଛନ୍ତି। ଆହତମାନଙ୍କୁ 50,000 ଟଙ୍କା ସହାୟତା ଦିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande