କୋଲକାତା, ଜୁନ ୩୦ (ହିସ)- ଦକ୍ଷିଣ କୋଲକାତା ଆଇନ କଲେଜର ଜଣେ ଛାତ୍ରୀଙ୍କ ସହ ଗଣବଳାତ୍କାର ଘଟଣାର ପୋଲିସ ତଦନ୍ତରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। କୋଲକାତା ପୋଲିସ କହିଛି ଯେ ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ପୂର୍ବରୁ ଅପରାଧ ଯୋଜନା କରିଥିଲେ ଏବଂ ପୀଡିତାଙ୍କୁ ଦୀର୍ଘ ସମୟ ଧରି ଟାର୍ଗେଟ କରାଯାଇଥିଲା।
ନଅ ଜଣିଆ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଦ୍ୱାରା କରାଯାଉଥିବା ତଦନ୍ତରୁ ଜଣାପଡିଛି ଯେ ତିନି ଜଣ ମୁଖ୍ୟ ଅଭିଯୁକ୍ତ - ମନୋଜିତ ମିଶ୍ର, ପ୍ରତିମ ମୁଖାର୍ଜୀ ଏବଂ ଜୈଇଦ ଅହମ୍ମଦ - ପୂର୍ବରୁ କଲେଜର ଅନ୍ୟ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ଘଟଣାରେ ଜଡିତ ଅଛନ୍ତି। ଏହି ତିନି ଜଣଙ୍କ ମଧ୍ୟରୁ ଜଣେ କଲେଜର ପୂର୍ବତନ ଛାତ୍ର, ଓ ଅନ୍ୟ ଦୁଇଜଣ ବର୍ତମାନର ଛାତ୍ର। ଚତୁର୍ଥ ଅଭିଯୁକ୍ତ କଲେଜର ସୁରକ୍ଷା କର୍ମୀ।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ତିନି ଜଣ ଅଭିଯୁକ୍ତ ମୋବାଇଲ୍ ଫୋନ୍ରେ ଆପତିଜନକ ଭିଡିଓ ରେକର୍ଡ କରୁଥିଲେ ଏବଂ ପରେ ସେହି ଭିଡିଓଗୁଡ଼ିକୁ ପୀଡିତାଙ୍କୁ ବ୍ଲାକମେଲ୍ କରିବା ପାଇଁ ବ୍ୟବହାର କରୁଥିଲେ। ଜଣେ ଅଧିକାରୀ କହିଛନ୍ତି, ଏହି ସମ୍ପୂର୍ଣ୍ଣ ମାମଲାଟି ଭଲ ଭାବରେ ଯୋଜନାବଦ୍ଧ ଥିଲା। ଅଭିଯୁକ୍ତ ପୀଡିତାଙ୍କୁ ଅନେକ ଦିନ ଧରି ନଜର ରଖି ଆସୁଥିଲା। ଆମେ ଜାଣିଛୁ ଯେ ମୁଖ୍ୟ ଅଭିଯୁକ୍ତ କଲେଜରେ ପ୍ରବେଶର ପ୍ରଥମ ଦିନରୁ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲା।
କୋଲକାତା ପୋଲିସ ଅଭିଯୁକ୍ତଙ୍କ ଦ୍ୱାରା ସୁଟ୍ କରାଯାଇଥିବା ମୋବାଇଲ୍ ଭିଡିଓ ଖୋଜିବା ଆରମ୍ଭ କରିଛି। ରବିବାର ପ୍ରତିମ ମୁଖାର୍ଜୀ ଏବଂ ଜୈଇଦ ଅହମ୍ମଦଙ୍କ ଘରେ ଚଢାଉ କରାଯାଇଥିଲା। ପୋଲିସ ସନ୍ଦେହ କରୁଛି ଯେ ଅଭିଯୁକ୍ତମାନେ ଜୁନ୍ ୨୫ ତାରିଖରେ ଘଟିଥିବା ଘଟଣାର ଏକ ଭିଡିଓ କ୍ଲିପ୍ ରେକର୍ଡ କରିଥିଲେ ଏବଂ ଏହାକୁ ଆହୁରି ସେୟାର କରିଥାଇପାରନ୍ତି।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ