ନୂଆଦିଲ୍ଲୀ, ୩୦ ଜୁନ୍(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ରୁ ୯ ଜୁଲାଇ ପର୍ଯ୍ୟନ୍ତ ପାଂଚ ଦେଶ ଗସ୍ତରେ ରହିବେ। ଏଥିରେ ଘାନା, ତିନିଦାଦ ଏବଂ ଟୋବୈଗୋ, ଆର୍ଜେଂଟିନା, ବ୍ରାଜିଲ ଏବଂ ନାମୀବିୟାର ଗସ୍ତରେ ସାମିଲ ହେବେ। ଏହି ସମୟରେ ସେ ବ୍ରାଜିଲରେ ୬-୭ ଜୁଲାଇକୁ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗନେବେ। ସଚିବ(ପୂର୍ବ) ପି. କୁମାରନ ସୋମବାର ଦିନ ପ୍ରେସ ବିଜ୍ଞପ୍ତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାତ୍ରା କାର୍ଯ୍ୟକ୍ରମ ଏବଂ ତା’ ସହିତ ଯୋଡ଼ିଥିବା ମହତ୍ୱପୂର୍ଣ୍ଣ ବିନ୍ଦୁର ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରାର ସବୁଠାରୁ ମହତ୍ୱପୂର୍ଣ୍ଣ ସ୍ତର ବ୍ରାଜିଲ ଅଟେ। ଏଠାରେ ପ୍ରଧାନମନ୍ତ୍ରୀ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବେ। ସମ୍ମିଳନୀ ୬ରୁ ୭ ଜୁଲାଇ ମଧ୍ୟରେ ଆୟୋଜିତ ହେବ। ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗନେବା ପରେ ପ୍ରଧାନମନ୍ତ୍ରୀ ବ୍ରାଜିଲ୍ରେ ରାଜକୀୟ ଅତିଥି ହେବେ ଏବଂ ଦ୍ୱିପକ୍ଷୀୟ ଗସ୍ତର ଆରମ୍ଭ କରିବେ। ରାଜକୀୟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଠାର ରାଷ୍ଟ୍ରପତି ଲୁଲା ଡି ସିଲ୍ଭାଙ୍କ ସହିତ ଦ୍ୱିପକ୍ଷୀୟ ବାର୍ତା କରିବେ।
ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଗସ୍ତରେ ସଚିବ(ଦକ୍ଷିଣ) ନୀନା ମାଲ୍ହୋତ୍ରା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ-ବିଶେସରଙ୍କ ନିମନ୍ତ୍ରଣରେ ୩-୪ ଜୁଲାଇ ପର୍ଯ୍ୟନ୍ତ ତିନିଦାଦ ଏବଂ ଟୋବେଗୋର ଅଧିକାରିକ ଯାତ୍ରା କରିବେ। ଏହି ଯାତ୍ରା ଏକ ଉପଯୁକ୍ତ ସମୟରେ ହେଉଛି। ଏହି ବର୍ଷ ତିନିଦାଦ ଏବଂ ଟୋବୈଗୋରେ ଭାରତୀୟ ପ୍ରବାସୀଙ୍କ ଆଗମନର ୧୮୦ତମ ବର୍ଷ ପାଳନ ହେଉଛି। ତ୍ରିନିଦାଦ ଏବଂ ଟୋବୈଗୋର ବର୍ତମାନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦୁହେଁ ଭାରତୀୟ ମୂଳର ଅଟନ୍ତି। ସଂଯୋଗରେ ଦୁଇ ପଦରେ ମହିଳା ଅଛନ୍ତି ଏବଂ ଦୁହେଁ ଓକିଲ। ଦୁହିଁଙ୍କୁ ଭାରତୀୟ ମୂଳ ଏବଂ ଐତିହ୍ୟ ଉପରେ ଗଭୀର ଗର୍ବ ଏବଂ ସେ ନିଜକୁ ଭାରତର ଝିଅ ବୋଲି କୁହନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି