ନିଶା ନିବାରଣ ପାଇଁ ସଚେତନତା ଅଭିଯାନ
ମାଲକାନଗିରି, ୭ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ ସେବନ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ସେବନ ବିରୋଧରେ ଏକ ସଚେତନତା ଅଭିଯାନ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନ ସଚେତନତା
ନିଶା ନିବାରଣ ପାଇଁ ସଚେତନତା ଅଭିଯାନ            -


ମାଲକାନଗିରି, ୭ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ ସେବନ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ସେବନ ବିରୋଧରେ ଏକ ସଚେତନତା ଅଭିଯାନ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନ ସଚେତନତା ଅଭିଯାନ ବୈଠକକୁ ଜିଲ୍ଲା ଅବକାରୀ ବିଭାଗର ସବ୍ ଇନ୍ସପେକ୍ଟର ରମେଶ ଚନ୍ଦ୍ର ସାହୁକାର ସଭାପତିତ୍ବ କରିଥିଲାବେଳେ, ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଙ୍ଗଳା ମାଢୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଭଗବାନ ସାହୁ, ଅବକାରୀ ସହକାରୀ ସବ୍ ଇନ୍ସପେକ୍ଟର ରାମଚନ୍ଦ୍ର ହନ୍ତାଳ, କନେଷ୍ଟବଳ ସରୀତା ନାୟକ, ନାଗେଶ୍ ପଣ୍ଡା, ଚନ୍ଦ୍ରକାନ୍ତ ନାୟକ ଓ ପୋଲିସ ବିଭାଗ ତରଫରୁ ଏ. ଶ୍ରୀରାମ ପ୍ରମୁଖ ଉପସ୍ଥିତ ଥିଲେ ।

ଅବକାରୀ ଅଧିକାରୀ ଶ୍ରୀ ସାହୁକାର ସୂଚନା ଦେଇ କହିଥିଲେ ଯେ, ଓଡ଼ିଶା ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମଈ ୩୧ ଠାରୁ ଜୁନ୍ ୨୭ ପର୍ଯ୍ୟନ୍ତ ଚାଲିଥିବା ନିଶା ନିବାରଣ ସଚେତନତା ଅଭିଯାନ ମାଲକାନଗିରି ଜିଲ୍ଲାର ପୁରପଲ୍ଲୀରେ ଆୟୋଜନ କରାଯିବ ଯେଉଁଥିରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କର ସହଭାଗିତାକୁ ପ୍ରାଥମିକତା ଦିଆଯିବ । ସେ ଆହୁରି କହିଥିଲେ ଯେ, ଯଦି ଆମର ସମୂହ ଯୁବ ସମ୍ବଳ ନିଶାଦ୍ରବ୍ୟ ସେବନରେ ଗ୍ରସିତ ରୁହନ୍ତି ତେବେ ମାନବ ମୂଲ୍ୟର ଅବକ୍ଷୟ ହେବା ସହ ଯୁବ ସମ୍ବଳର ବିକାଶ ଓ ଦେଶର ଅର୍ଥନୀତିରେ ଏହାର ପ୍ରତିକୂଳ ପ୍ରଭାବ ପକାଇବ ଏବଂ ଏଥିପାଇଁ ବର୍ତ୍ତମାନ ସମୟ ଆସିଯାଇଛି ସମସ୍ତଙ୍କୁ ସଚେତନ କରି ଯୁବ ସମାଜକୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟର ସେବନରୁ ଦୂରେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା । ଏହି କାର୍ଯ୍ୟକ୍ରମରେ ସମସ୍ତେ ନିଜ ଅଞ୍ଚଳରେ ବସବାସ କରୁଥିବା ନିଶାଗ୍ରସ୍ତ ବ୍ୟକ୍ତି ମାନଙ୍କୁ ନିଶା ନିବାରଣ ପାଇଁ ସଚେତନତା କରିବାକୁ ସଙ୍କଳ୍ପ ନେଇଥିଲେ । ଶେଷରେ ଖଇରପୁଟ ବ୍ଲକ ର ମା ପଦ୍ମିନି କଳା ଓ ସଚେତନତା ସ°ଘ ତରଫରୁ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ନିଶାର ଭୟାବହତା ସମ୍ପର୍କରେ ଏକ ଲଘୁ ନାଟକ ମଞ୍ଚସ୍ଥ କରାଯାଇଥିଲା ଯାହାକୁ ସମସ୍ତେ ମନଭରି ଉପଭୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande