ପୌର ଓ ତହସିଲ କର୍ଲୃପକ୍ଷଙ୍କ ବିଚିତ୍ର ନୀତି, ବ୍ରିଟିଶ ସମୟର ରିଫ୍ୟୁଜି କଲୋନୀ ଓ ନୟନଯୋରୀରେ ବେଆଇନ୍ ଅଟ୍ଟାଳିକା ନିର୍ମାଣ, ବିଧବା ମହିଳାଙ୍କୁ ବିତାଡିତ ଉଦ୍ୟମ, ଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ
ଭଦ୍ରକ, ୭ ଜୁନ୍ (ହି.ସ.) - ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଜମି ଓ ନୟନଯୋରୀକୁ ବେଆଇନ୍ ଭାବେ ଦଖଲ କରିଆସୁଥିବା ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ପାଇଁ କଠୋରରୁ କଠୋରତମ ଆଇନ୍ ପ୍ରଣୟନ କରି ଏ ଦିଗରେ ପ୍ରତ୍ୟେକ ଜିଲାପାଳମାନଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନ
REFUSI COLONY MAHILANKU BITADITA PHOTO


ଭଦ୍ରକ, ୭ ଜୁନ୍ (ହି.ସ.) - ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଜମି ଓ ନୟନଯୋରୀକୁ ବେଆଇନ୍ ଭାବେ ଦଖଲ କରିଆସୁଥିବା ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ପାଇଁ କଠୋରରୁ କଠୋରତମ ଆଇନ୍ ପ୍ରଣୟନ କରି ଏ ଦିଗରେ ପ୍ରତ୍ୟେକ ଜିଲାପାଳମାନଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ତାହା କିଭଳି କାର୍ଯ୍ୟକାରୀ ହୋଇପାରୁନାହିଁ ତାର ନଜିର ଭଦ୍ରକ ସହରର ପୌରାଂଚଳରେ ଦେଖିବାକୁ ମିଳିଛି। ଏହି ଘଟଣାରେ ପୌରାଂଚଳ ଅଧୀନସ୍ଥ କୁଆଁସ ମୌଜାର କଂଟାବଣିଆ ଗ୍ରାମର କେତେକ ବ୍ୟକ୍ତିଙ୍କ ଅଭିଯୋଗ ମୂଳେ ୯୬୪ ପ୍ଲଟ୍‌ଟି ସଂପୂର୍ଣ୍ଣ ଭାବେ ଜଳ ନିଷ୍କାସନର ପଥ ଥିବାବେଳେ ପୌରପାଳିକା ଓ ଟାଉନ୍ ପ୍ଲାନିଂର ବିନା ଅନୁମୋଦନରେ ଜନୈକ ପ୍ରଭାବଶାଳୀ ବ୍ୟକ୍ତି କୋଠାଘର ନିର୍ମାଣ କରିଛନ୍ତି। ପୌରାଂଚଳର ଜଳ ନିଷ୍କାସନ ପଥ ଅବରୋଧ ଜନିତ ଏହି ବେଆଇନ୍‌ଦଖଲକୁ ନେଇ ଗତ ୨୦୧୦ ରେ ସ୍ଥାନୀୟ ବୁଦ୍ଧିଜୀବୀ ତାଜ ମହମ୍ମଦ ଖାନ୍‌, ପବନ କୁମାର ବାଗାଡିଆ, କାନ୍ତିଲାଲ ଗୁପ୍ତାଙ୍କ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ସେତେବେଳେ ମାନ୍ୟବର ନ୍ୟାୟଳୟ ଜିଲାପାଳ ଓ ପୌରପାଳିକାକୁ ସମସ୍ତ ଜଳ ନିଷ୍କାସନ ପଥଗୁଡ଼ିକ ଉପରେ ଥିବା ବେଆଇନ୍ ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ଆଦେଶ ଦେଇଥିଲେ। ଯାହାର ଏକ ବିସ୍ତୃତ ରିପୋର୍ଟ ଏହି ପ୍ରତିନିଧି ପ୍ରକାଶ କରିଥିଲେ। ଏବଂ ତତ୍‌କାଳୀନ ତହସିଲଦାର ସରୋଜ ଦାସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିବାକୁ ଯାଇ ସଂପୃକ୍ତ ପ୍ରଭାବଶାଳୀ ଲୋକଙ୍କ ଚାପରେ ବନ୍ଦ କରିଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଭାରତ ପାକିସ୍ତାନ ବିଭାଜନ ସମୟରେ କଂଟାବଣିଆ ଗ୍ରାମର ଉକ୍ତ ସ୍ଥାନର ସରକାରଙ୍କ ଦ୍ୱାରା ଶରଣାର୍ଥୀ ପରିବାରକୁ ଜମି ଦେଇ କଲୋନୀ ତିଆରି କରିଥିଲେ। କିନ୍ତୁ ସରକାରୀ ପ୍ରଦତ ଏହି ଜମିଟି ଏବେ ଜମି ମାଫିଆମାନଙ୍କ ହାତକୁ ଚାଲିଗଲାଣି। ଉକ୍ତ ମାଫିଆମାନେ ସେଠାରେ ରହୁଥିବା କେତେକ ଶରଣାର୍ଥୀଙ୍କୁ ଡରାଇ ଧମକାଇ ବିତାଡିତ କରିସାରିଥିବାବେଳେ ଏବେ ମାତ୍ର ଜଣେ ଭାଗ୍ୟକୁ ଆଦରି ପଡିରହିଛି। ସ୍ୱର୍ଗତଃ ପ୍ରସନ୍ନ କୁମାର ଦେବନାଥଙ୍କ ପରିବାର ଏବେ ସେଠାରେ ରହିଆସୁଥିବାବେଳେ ମାଫିଆମାନଙ୍କର କୋପଦୃଷ୍ଟି ପଡିଛି ଉକ୍ତ ଜମି ଉପରେ। ଏହି ଘଟଣାକୁ ନେଇ ଦେବନାଥଙ୍କ ପରିବାରର ବିଧବା ତୁଳସୀ ଦେବନାଥ ଜିଲାପାଳଙ୍କ ନିକଟରେ ଭୂମି ଅଧିକାର ଆଇନ୍‌କୁ ନେଇ ଅଭିଯୋଗ କରିବା ପରେ ଜିଲାପାଳ ଦିଲ୍ଲୀପ ରାଉତରାୟ ଉକ୍ତ ପ୍ରସଙ୍ଗ ଏବେ ମାନ୍ୟବର କୋର୍ଟରେ ବିଚାରାଧୀନ ଥିବା ସତ୍ୱେ ପ୍ରଶାସନିକ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଭାରତ ପାକିସ୍ତାନ ବିଭାଜନ ସମୟରେ ପୂର୍ବ ବଙ୍ଗରୁ ଆସି ଭଦ୍ରକ କୁଆଁସ ମୌଜାରେ ଥିବା କୁଆଁସ ଅର୍ବାନ ରିଫ୍ୟୁଜି କଲୋନୀରେ ରହୁଥିବା ଉକ୍ତ ପରିବାରଙ୍କ ଜମି ହଡପ ପ୍ରସଙ୍ଗରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ତହସିଲଦାର ଅନୁପ ବେହେରାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଟିମ୍ ଘଟଣା ସ୍ଥଳରେ ପହଂଚି କ୍ଷେତ୍ରୀୟ ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ବହୁଲୋକ ଭାରତ ପାକିସ୍ତାନ ବିଭାଜନ ବେଳେ ଭାରତରୁ ପାକିସ୍ତାନ ଓ ପାକିସ୍ତାନରୁ ଭାରତକୁ ପଳାଇ ଆସିଥିଲେ। ସେମାନଙ୍କୁ ଭଦ୍ରକ ଜିଲାର ସୀମା ମଇତାପୁର ଠାରେ ସରକାରଙ୍କ ଦ୍ୱାରା ପରିଚାଳିତ ଟ୍ରାଂଜିଟ୍ କ୍ୟାମ୍ପରେ ରଖାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ବାଲେଶ୍ୱର ଓ ଅନ୍ୟ ୮/୧୦ ପରିବାରଙ୍କୁ ଭଦ୍ରକ କୁଆଁସ ଗ୍ରାମର ଉପରୋକ୍ତ ଅର୍ବାନ ରିଫ୍ୟୁଜି କଲୋନୀରେ ଥଇଥାନ କରାଯାଇଥିଲା। ସେମାନଙ୍କୁ ସରକାରଙ୍କ ପକ୍ଷରୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ୧୯୬୨ ବାତ୍ୟାରେ ଏହି କଲୋନୀଟି ନିଶ୍ଚିହ୍ନ ହୋଇଯିବା ପରେ ଅନେକ ସ୍ଥାନ ଛାଡି ଅନ୍ୟତ୍ର ପଳାଇ ଯାଇଥିବାବେଳେ ଦେବନାଥଙ୍କ ଏକମାତ୍ର ପରିବାର ସରକାରୀ ବିପର୍ଯ୍ୟୟ ସହାୟତା ପାଇ ନୂଆ ଘରଦ୍ୱାର ନିର୍ମାଣ କରି କଲୋନୀରେ ସ୍ଥାୟୀ ବସବାସ କରିଆସୁଛନ୍ତି। ଏବେ ଜମି ମାଫିଆମାନେ ଜାଲିଆତି କରି ଉକ୍ତ ଜମିକୁ ଖରିଦ ବିକ୍ରି କରୁଥିବା ନେଇ ସ୍ଥାନୀୟ ଅଂଚଳର ବାସିନ୍ଦା ତାଜ ମହମ୍ମଦ ଅଭିଯୋଗ କରିଛନ୍ତି। ତେବେ ତଦନ୍ତ ପରେ ଅଭିଯୋଗକାରୀ ପ୍ରକୃତରେ ଭୂମିହୀନ ହୋଇଥିଲେ ସେମାନଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ଯୋଗାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି। ତେବେ କଂଟାବଣିଆର ସେହି ୯୬୪ ପ୍ଲଟ୍‌ର ମୁଖ୍ୟ ନୟନଯୋରୀ (ସର୍ବସାଧାରଣ ନାଳ) ଉପରେ ଏକ ଭବ୍ୟ ଅଟ୍ଟାଳିକାର ନିର୍ମାଣ ହୋଇଥିବାବେଳେ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରୁ ଟାଉନ ପ୍ଲାନିଂ ପକ୍ଷରୁ ସେତେବେଳେ ପତ୍ର ନଂ- ଏସ୍‌.ପି.ଏ.-୧-୧୧୩/୦୮, ଚିଠି ନଂ- ୧୫୨୯ ଏସ୍‌.ପି.ଏ., ତା୦୮.୦୬.୧୧ ରିଖ ମୂଳେ ତାହାକୁ ଭାଙ୍ଗିବା ପାଇଁ ପୌରପାଳିକା ଓ ତହସିଲଦାରଙ୍କୁ ପତ୍ର ଲେଖିଥିଲେ। କିନ୍ତୁ କୌଣସି ନୟନଯୋରୀର କିସମ ପରିବର୍ତନ ହୋଇପାରିବ ନାହିଁ ବୋଲି ଆଇନ୍‌ଥିବାବେଳେ ତାହା ଇତିମଧ୍ୟରେ କିଭଳି ଶାରଦ ଜମି (ସ୍ଥିତିବାନ ସଂପତି) ରେ ପରିଣତ ହୋଇ ତ୍ରିତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ହୋଇଛି, ତାହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ତାଜ୍‌ମହମ୍ମଦ ଖାନ୍ ଅଭିଯୋଗ କରିଛନ୍ତି। ତାଜ୍ ମହମ୍ମଦ ଖାନ୍‌ଙ୍କ ଅଭିଯୋଗ ମୂଳେ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ତଂଚକତା କରି ଜାଲ୍ କାଗଜପତ୍ର ମାଧ୍ୟମରେ ଉକ୍ତ ବେଆଇନ୍ କୋଠାର ଉଚ୍ଛେଦରେ ଅଙ୍କୁଶ ଲଗାଇଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande