ବଲାଙ୍ଗିର, ୭ ଜୁନ୍ (ହି.ସ.)- ଆଜି ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କୁମାର ମେହେର ଖପ୍ରାଖୋଲ ଗସ୍ତରେ ଯାଇଥିବା ଜଣାପଡ଼ିଛି । ପୂର୍ବତନ ବିଧାୟକ ଶ୍ରୀ ମେହେର ଖପ୍ରାଖୋଲ ଗସ୍ତରେ ଯାଇଥିବା ବେଳେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ୪ ନମ୍ବର ଜୋନ ର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଦଳର ସାଙ୍ଗଠନିକ ବିଷୟକୁ ନେଇ ଖପ୍ରାଖୋଲ ବ୍ଲକ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆଲୋଚନା କରିଛନ୍ତି । ଏହି ସମୟରେ ପୂର୍ବତନ ବିଧାୟକ ଶ୍ରୀ ମେହେରଙ୍କ ସହ ବହୁ ବିଜେଡ଼ି ନେତା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ