ବେଆଇନ ଗୋ ଚାଲାଣ, ମାଲିକ ଅଦାଲତ ଚାଲାଣ
କୋରେଇ, ୦୭ ଜୁନ୍ (ହି.ସ.) - ପାଲିକୋଇଲି ପୁଲିସ ବେଆଇନ ଗୋ ଚାଲାଣ ଗାଡି ଜବତ କରିବା ସହ ଗାଡିର ମାଲିକକୁ ଧରି ଆଜି ଅଦାଲତ ଚାଲାଣ କରିଛି । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ଆଙ୍କୁଲା ରାସ୍ତାର ନମିଟିକିରି ଠାରେ ଏକ ଅଟୋରେ ବେଆଇନଭାବେ ୩ଟି ଗୋରୁ ଚାଲାଣ କରାଯାଉଥିଲା । ଅଟୋଟି ନମିଟିକରି ପାଖରେ ଦୁ
ବେଆଇନ ଗୋ ଚାଲାଣ, ମାଲିକ ଅଦାଲତ ଚାଲାଣ


କୋରେଇ, ୦୭ ଜୁନ୍ (ହି.ସ.) - ପାଲିକୋଇଲି ପୁଲିସ ବେଆଇନ ଗୋ ଚାଲାଣ ଗାଡି ଜବତ କରିବା ସହ ଗାଡିର ମାଲିକକୁ ଧରି ଆଜି ଅଦାଲତ ଚାଲାଣ କରିଛି । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ଆଙ୍କୁଲା ରାସ୍ତାର ନମିଟିକିରି ଠାରେ ଏକ ଅଟୋରେ ବେଆଇନଭାବେ ୩ଟି ଗୋରୁ ଚାଲାଣ କରାଯାଉଥିଲା । ଅଟୋଟି ନମିଟିକରି ପାଖରେ ଦୁର୍ଘଟଣା ହୋଇଥିବା ଖବର ପାଇ ପୁଲିସ ଘଟଣାସ୍ଥଳେ ପହଂଚିଥିଲା । ମାତ୍ର ଅଟୋଟି ଅର୍ଦ୍ଧଭଗ୍ନ ଅବସ୍ଥାରେ ପାଣିକୋଇଲି କଲ୍ୟାଣ ମଣ୍ଡପ ଠାରେ ଥିଲା । ୨ଟି ବଳଦ ଓ ଗୋଟିଏ ଗାଇକୁ କିଛି ଦୂରରେ ସ୍ୱଳ୍ପ ଆହତ ଅବସ୍ଥାରେ ରଖାଯାଇଥିଲା । ସେଠାରେ ପୁଲିସ ପହଂଚି ୩ଟି ଗୋରୁ ସମେତ ଅଟୋକୁ (ଓଆର୦୪ଏମ ୨୭୨୯)କୁ ଜବତ କରିଥିଲା । ପରେ ତଦନ୍ତ କରିବାରୁ ଏହା ବେଆଇନ ଚାଲାଣ ହୋଇ ନୁରୁଂଗାରୁ ଶଗଡିକୁ ଯାଉଥିଲା । ଶଗଡିରୁ ବାହାରକୁ ଗୋରୁ ଚୋରା ଚାଲାଣ କରାଯାଇଥାଏ । ପୁଲିସ ତଦନ୍ତ କରି ଏହାର ମାଲିକ ଗୋଳେଇପୁର ପଂଚାୟତ ଶଗଡି ଗ୍ରାମର ନିତାଜ ବେଗଙ୍କ ପୁଅ ଗୁଫରନ ବେଗ(୩୦)କୁ ଗିରଫ କରିଥିଲା । ଏନେଇ ଏକ ମାମଲା ୧୫୨/୨୫ ରୁଜ୍ଜୁ କରାଯାଇ ଆଦାଲତ ଚାଲାଣ ପାଇ ସମସ୍ତ ପ୍ରକ୍ରିୟା ଶେଷ କରି ଆଜି ତାକୁ ଦଫା ୨୮୧/୩୦୩(୨)/୩(୫)ବିଏନଏସ ୧୧(ଡି) ପ୍ରିଭେଂଟଅଫଆନିମଲ ଆକ୍ଟରେ ଅଦାଲତ ଚାଲାଣ କରାଯାଇଥିବା ତଦନ୍ତାଧିକାରୀ ସବଇନ୍ସପେକ୍ଟର ବିଶ୍ୱରଂଜନ ଦାସଙ୍କ ସୂତ୍ରରୁ ପ୍ରକାଶ ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande