ଇଂଜିନିର ରାଜେନ୍ଦ୍ର ରାଉତଙ୍କର ୪୩ତମ ସ୍ମୃତି ଦିବସ ପାଳନ
Bhubaneswar, 7 ଜୁନ୍ (ହି.ସ.) ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଓ ନିଖିଳ ଓଡ଼ିଶା ଶିକ୍ଷକ କର୍ମଚାରୀ ପେନସନ୍ ମହାସଂଘର ମିଳିତ ଉଦ୍ୟମରେ ସମନ୍ୱୟ ସମିତିର ଅଶୋକନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ସମନ୍ୱୟ ସମିତିର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ଓ ନିଖିଳ ଓଡ଼ିଶା ଶିକ୍ଷକ କର୍
ଇଂଜିନିର ରାଜେନ୍ଦ୍ର ରାଉତଙ୍କର ୪୩ତମ ସ୍ମୃତି ଦିବସ ପାଳନ


Bhubaneswar, 7 ଜୁନ୍ (ହି.ସ.)

ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଓ ନିଖିଳ ଓଡ଼ିଶା ଶିକ୍ଷକ କର୍ମଚାରୀ ପେନସନ୍ ମହାସଂଘର ମିଳିତ ଉଦ୍ୟମରେ ସମନ୍ୱୟ ସମିତିର ଅଶୋକନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ସମନ୍ୱୟ ସମିତିର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ଓ ନିଖିଳ ଓଡ଼ିଶା ଶିକ୍ଷକ କର୍ମଚାରୀ ପେନସନର୍ସ ମହାସଂଘର ଅଧ୍ୟକ୍ଷ ଶ୍ରୀ ପ୍ରତାପ ମିଶ୍ର ମିଳିତ ସଭାପତି ମଣ୍ଡଳୀ ଦ୍ୱାରା ୪୩ତମ ସ୍ମୃତିସଭା ପାଳିତ ହୋଇଥିଲେ । ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ରାଉତରାୟ ଯୋଗଦେଇ ଜୁଲାଇ ୯ ତାରିଖ ସମୂହ ଆନେ୍ଦାଳନକୁ ସଫଳ କରାଗଲେ ତାହା ସ୍ୱର୍ଗତ ଇଂ. ରାଜେନ୍ଦ୍ର ରାଉତଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପୋଷଣ କରିଥିଲେ । ନିଖିଳ ଓଡ଼ିଶା ଶିକ୍ଷକ ଓ କର୍ମଚାରୀ ପେନସନର୍ସ ମହାସଂଘର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ କ୍ଷେତ୍ରମୋହନ ଦାସ, ପେନ୍ସନ୍ ମହାସଂଘର ମହାସଚିବ ଶ୍ରୀ ନରୋମ ପାର୍ଥସାରଥି, ୧୯୭୪ ମସିହାରେ ବାଲିମେଳାର ସମସ୍ତ କର୍ମଚାରୀ ଆନେ୍ଦାଳନକୁ ଶ୍ରୀ ରାଉତ ସଫଳ କରିପାରିଥିଲେ । ପରର୍ବୀ ଅବସ୍ଥାରେ ଭୁବନେଶ୍ୱରରେ ସ୍ୱର୍ଗତ ରାଉତ ସଚିବାଳୟଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ସଂଗଠିତ କରୁଥିବା ସମୟରେ ୧୯୮୨ ମସିହା ଜୁନ୍ ମାସ ୫ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଶିକ୍ଷକ ଓ କର୍ମଚାରୀ ମହାସଂଘର ଅନ୍ୟତମ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ମିଶ୍ର ଯୋଜନା କର୍ମଚାରୀ ନେତୃତ୍ୱ ଶ୍ରୀ ପ୍ରଭାତ କୁମାର ସିଂହ, ମୀନକେତନ ଦାସ, ବିଜୟ କୁମାର ନାୟକ, ରଞ୍ଜିତ କୁମାର ମହାନ୍ତି, ସୁଧୀର ଚନ୍ଦ୍ର ପାଣିଗ୍ରାହୀ ଆଦି ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିଥିଲେ । ସର୍ବଶେଷରେ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର କାର୍ଯ୍ୟାଳୟ ସମ୍ପାଦକ, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ କାହ୍ନୁଚରଣ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ସଭାସାଙ୍ଗ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande