ଗଡପଦର ଗ୍ରାମ ଠାରେ ବିରିପାଣି ଯାତ୍ରା
ଜୟପୁର, ୭ ଜୁନ୍ (ହି.ସ.)- କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ ଗଡପଦର ଗ୍ରାମ ଠାରେ ଆଜି ଅପରାହ୍ନ ୧ଟା ସମୟରେ ବିରିପାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ପରି ଏଠାରେ କୃଷି ଓ ଭଲ ବର୍ଷା ହେବା ପାଇଁ ମା ବିରିପାଣିଙ୍କ ଆଦେଶରେ ପରିଚାଳିତ ମା ବିରିପାଣି ଯାତ୍ରା ପାଳନ କରାଯାଇ
ଗଡପଦର  ଗ୍ରାମ ଠାରେ  ବିରିପାଣି ଯାତ୍ରା


ଜୟପୁର, ୭ ଜୁନ୍ (ହି.ସ.)- କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ ଗଡପଦର ଗ୍ରାମ ଠାରେ ଆଜି ଅପରାହ୍ନ ୧ଟା ସମୟରେ ବିରିପାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ପରି ଏଠାରେ କୃଷି ଓ ଭଲ ବର୍ଷା ହେବା ପାଇଁ ମା ବିରିପାଣିଙ୍କ ଆଦେଶରେ ପରିଚାଳିତ ମା ବିରିପାଣି ଯାତ୍ରା ପାଳନ କରାଯାଇଥାଏ । ଗ୍ରାମର ଦିସାରିଙ୍କ ଦିନ ଗଣନା ଅନୁଯାୟୀ ଜ୍ୟେଷ୍ଠ ମାସର କୌଣସି ଏକ ଶନିବାର ଏହି ଯାତ୍ରା କରିବାକୁ ସ୍ଥିର କରିଥାଏ । ଶନିବାର ସକାଳୁ ଆଖ ପାଖରୁ ପ୍ରାୟ ଶହେଟି ଗ୍ରାମରୁ ଲୋକେ ଛେଳି, କୁକୁଡା, ମେଣ୍ଢା, ପାରା, ନଡିଆ, ଲିଆ, ମୁଆଁ, ଫୁଲ, କଦଳୀ ଧରି ଗଡପଦର ଗ୍ରାମ ଠାରେ ରୁଣ୍ଡ ହୋଇଥିଲେ । ଦେବୀଙ୍କ ମୁଳ ପିଠ ବଣ୍ଡାମାଳି ପାହାଡର ପ୍ରାୟ ୧୨ଶହ ଫୁଟ ଉଚ୍ଚରେ ଥିବା ପାହାଡକୁ ହାତରେ ମା ଙ୍କ ପ୍ରତିକ ଲାଠି ବାଜା ଧରି ପାହାଡ ଉପରକୁ ଭକ୍ତ ମାନେ ଯାଇଥିଲେ । ଲାଠି ଧାରି ମାନେ ରାସ୍ତାରେ ଯିବା ସମୟରେ ପ୍ରତ୍ୟେକ ୧୦ ମିଟର ଦୂରରେ ନଡିଆ, କଦଳି, ବୁଦା ପକାଯାଇ ପୁଜା କରାଯାଇଥାଏ । ମା ସମ୍ପର୍କିୟ ମାନେ ରାସ୍ତାରେ ଛୋଟ ଛୋଟ ପିଲା ମାନଙ୍କୁ ଗଡାଇ ଥିବା ବେଳେ ମାଙ୍କ ପ୍ରତିକ ଲାଠି ଧାରି ମାନେ ଛୋଟ ଛୋଟ ପିଲାମାନଙ୍କୁ ଡେଇଁ ଡେଇଁ ଆର୍ଶିବାଦ ଦେଇଥାନ୍ତି । ଫଳରେ ଛୋଟ ଛୋଟ ପିଲାମାନଙ୍କର ରୋଗ ହୋଇନଥାଏ ଓ ରୋଗରୁ ମୁକ୍ତି ମିଳିଥାଏ । ଏହି ଯାତ୍ରା ପାଇଁ ଗତକାଲି ଠାରୁ ଗ୍ରାମରେ ଲିପା ପୋଛା କରିବା ସହ ମାଙ୍କ ମନ୍ଦିରକୁ ସାଜସଜ୍ଜା କରାଯାଇଥିଲା । ପାହାଡ ମଝିରେ ଥିବା ଦେବୀଙ୍କ ପିଠରେ ତିନୋଟି ଗର୍ତ ରହିଛି ସେଠାରେ ବୁଦା ମରାଯିବା ସହ ପୁଜା ପାଠ କରାଯାଇଥିଲା । ଉକ୍ତ ତିନୋଟି ଗର୍ତରେ ଏକ ପାରା ଛଡାଯାଏ ପାରା ଛାଡିବା ମାତ୍ରେ ପାଣି ବାହାରେ । ପାଣି ବାହାରିବା ମାତ୍ରେ ଦିସାରି ଭଲ ଫସଲ ହେବା ନେଇ ସଙ୍କେତ ପାଇଥାଏ । ଉକ୍ତ ପାଣିକୁ ଆଣି ମା ବିରିପାଣିଙ୍କ ପିଠରେ ପୁଜାର୍ଚ୍ଚନା ପରେ ସେହି ପାଣିକୁ ନେଇଥାନ୍ତି ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଏହି ପାଣି ସେବନ ଦ୍ୱାରା ରୋଗ ବୈରାଗ୍ଯ ଭଲ ହୋଇଥାଏ । ଗ୍ରାମର ମଙ୍ଗଳ ପାଇଁ ଏହି ଯାତ୍ରା ବର୍ଷକୁ ଥରେ ପାଳନ କରାଯାଇଥାଏ । ଏହି ଯାତ୍ରାରେ ବିପୁଳ ଭକ୍ତଙ୍କ ସମାଗନ ହୋଇଥିଲା । ପ୍ରବଳ ଭକ୍ତଙ୍କ ସମାଗମ ଦେଖି ବଜାର ମଧ୍ୟ ବସିଛି । ଯୁବତୀ ଓ ମହିଳା ମାନଙ୍କ ପଇଁ ଚୁଡି, ପାଉଜି, କାନ ଫୁଲ ବସିଥିବା ବେଳେ ଖାଇବା ପାଇଁ ମଧ୍ୟ ଲଡୁ, ବୁନ୍ଦି, କାକରା, ଆରିସା ଆଦି ବିକ୍ରି ହୋଇଥାଏ । ଛୋଟ ଛୋଟ ପିଲାମାନଙ୍କ ପାଇଁ ବେଲୁନ, ଖେଳନା ଦୋକାନ ବସିଥିବା ବେଳେ ଗଡପଦର ଠାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସଦର ପୋଲିସ ମୁତୟନ କରାଯାଇଥିବା ବେଳେ ଭକ୍ତ ସୁବିଧା ପାଇଁ ପଞ୍ଚାୟତ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ରାତିରେ ସାଂସ୍ଖୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଡପଦର ଗ୍ରାମ ସମେତ ଏକ ଶହରୁ ଉର୍ଦ୍ଧ୍ଵ ଗ୍ରାମବାସୀ ମାନେ କାମ ଧନ୍ଦାକୁ ନଯାଇ ସମସ୍ତେ ଏହି ଯାତ୍ରାରେ ଯୋଗଦେଇ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ । ଯାତ୍ରାରେ ଚଣା, ଖଜା, ମିଠା, ଖେଳନା, ବେଲୁନ, ଯୁବତୀ ଓ ମହିଳା ମାନଙ୍କ ବ୍ୟବହୃତ ସାମଗ୍ରୀ ବିକ୍ରି କରାଯାଇଥିଲା। ମା ଙ୍କ ନିକଟରେ ମାନସିକ ଧାରି ଭକ୍ତ ମାନେ ଛେଳି, କୁକୁଡା ଆଦି ବଳି ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande