ବୋମା ଫୁଟି ଜଣେ ମୃତ ଓ ଦୁଇ ଜଣ ଆହତ
ଖୋର୍ଦ୍ଧା, ୭ ଜୁନ୍ (ହି.ସ.) ଖୋର୍ଦ୍ଧା,ଶନିବାର ଅପରାହ୍ନରେ ବୋମା ଫୁଟି ଜଣେ ମୃତ ଓ ଦୁଇ ଜଣ ଆହତ ହୋଇଛନ୍ତି ଓ ମୃତ ମହିଳା ଜଣଙ୍କ ହେଲେ ଇଚ୍ଛାପୁର ଗ୍ରାମର ଆମିନା ବେଗମ (୨୬) ଓ ଆହତ ଦୁଇ ଜଣ ହେଲେ ରୁକ୍ସମା ବେଗେମ୍ (୪୧), ରୋଷନା ବେଗେମ୍ (୧୩) । ଆହତଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବୋଲଗଡ଼ ଗୋଷ୍ଠୀ
ବୋମା ଫୁଟି ଜଣେ ମୃତ ଓ ଦୁଇ ଜଣ ଆହତ


ଖୋର୍ଦ୍ଧା, ୭ ଜୁନ୍ (ହି.ସ.) ଖୋର୍ଦ୍ଧା,ଶନିବାର ଅପରାହ୍ନରେ ବୋମା ଫୁଟି ଜଣେ ମୃତ ଓ ଦୁଇ ଜଣ ଆହତ ହୋଇଛନ୍ତି ଓ ମୃତ ମହିଳା ଜଣଙ୍କ ହେଲେ ଇଚ୍ଛାପୁର ଗ୍ରାମର ଆମିନା ବେଗମ (୨୬) ଓ ଆହତ ଦୁଇ ଜଣ ହେଲେ ରୁକ୍ସମା ବେଗେମ୍ (୪୧), ରୋଷନା ବେଗେମ୍ (୧୩) । ଆହତଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରାଯାଇଥିଲା ବେଳେ ଆମିନାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଆହତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ଓ ଖବର ପାଇ ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ବିସ୍ଫୋରଣ କାରଣ ଅସ୍ପଷ୍ଟ ରହିଛି।

----------

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande