ଅମଳ ପରେ ଆମ୍ବ ଚାଷୀଙ୍କ ପାଇଁ ମଣ୍ଡି ଦାବି
ସମ୍ବଲପୁର, ୭ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆମ୍ବ ଚାଷର ଉନ୍ନତି ଓ ବିପଣନ ବ୍ୟବସ୍ଥାର ବିଶେଷ ଆବଶ୍ୟକତା ଦେଖାଦେଇଛି । କୁଚିଣ୍ଡା ଉପଖଣ୍ଡ ଏବଂ ପାଖପାଖି ଅଂଚଳରେ ଆମ୍ବ ଚାଷ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଇଛି। ଏଠାରେ ଏକ ସମୟରେ ଦେବଗଡ଼
ଅମଳ ପରେ ଆମ୍ବ ଚାଷୀଙ୍କ ପାଇଁ ମଣ୍ଡି ଦାବି


ସମ୍ବଲପୁର, ୭ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆମ୍ବ ଚାଷର ଉନ୍ନତି ଓ ବିପଣନ ବ୍ୟବସ୍ଥାର ବିଶେଷ ଆବଶ୍ୟକତା ଦେଖାଦେଇଛି ।

କୁଚିଣ୍ଡା ଉପଖଣ୍ଡ ଏବଂ ପାଖପାଖି ଅଂଚଳରେ ଆମ୍ବ ଚାଷ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଇଛି। ଏଠାରେ ଏକ ସମୟରେ ଦେବଗଡ଼ ରାଜାଙ୍କ ତତ୍ୱାବଧାନରେ ଉନ୍ନତ ଆମ୍ବ ବଗିଚା ସୃଷ୍ଟି ହୋଇଥିଲା । ଯାହାକୁ ଦେଖି ଅଂଚଳର ଅନ୍ୟାନ୍ୟ ଚାଷୀମାନେ ମଧ୍ୟ ଆମ୍ବ ବଗିଚା କରିବା ପାଇଁ ଆଗ୍ରହୀ ହୋଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସରକାରୀ ପ୍ରୋତ୍ସାହନ ଓ ଉଦ୍ୟାନ ବିଭାଗର ସହଯୋଗରେ ଏହି ଅଂଚଳରେ ବହୁତ ଆମ୍ବ ବଗିଚା ସୃଷ୍ଟି ହେବା ସହ ଚଳିତ ବର୍ଷ ମଧ୍ୟ ବେଶ୍ ଭଲ ଆମ୍ବ ଉତ୍ପାଦନ ହୋଇଛି।

ବର୍ତମାନ ଅଂଚଳର ଆମ୍ବ ବନାରସ କୋଇମ୍ବାଟୁର ଭଳି ଦୂର ଦୁରାନ୍ତ ରାଜ୍ୟ ଓ ସହରକୁ ବ୍ୟବସାୟିକ ଚାଲାଣ କରାଯାଉଛି । ଏଠାରେ ସରକାରଙ୍କ ପକ୍ଷରୁ ସେପରି କୌଣସି ମଣ୍ଡି ବ୍ୟବସ୍ଥା ନଥିବାରୁ ବେପାରୀମାନେ ସିଧାସଳଖ ବଗିଚାରୁ ଅତି ଶସ୍ତାରେ ଆମ୍ବ କିଣି ନେଉଛନ୍ତି । ଫଳରେ ଚାଷୀମାନେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି। ଏହି ଅଂଚଳର ଏକ ସଫଳ ଆମ୍ବ ଚାଷୀ ରୁଦ୍ର ପ୍ରତାପ ଦେଓ ନିଜ ଉଦ୍ୟମରେ ଭଲ ପ୍ରଜାତିର ଆମ୍ବ ଚାରା ଲଗାଇ ବନାରସ ପର୍ଯ୍ୟନ୍ତ ଟ୍ରକ୍ ଯୋଗେ ଆମ୍ବ ପଠାଉଥିବା ଦେଖିବାକୁ ମିଳିଛି । ଯାହାକି ଅଂଚଳର ଅନ୍ୟାନ୍ୟ କୃଷକଙ୍କୁ ଏହି ବ୍ୟବସାୟ ଏବେ ବେଶ୍ ଉତ୍ସାହିତ କରାଇଛି। ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ ଆମ୍ବ ଚାଷୀମାନେ ଦାବି କରୁଛନ୍ତି ଯେ, ସରକାରୀ ସ୍ତରରେ ଏଠାରେ ଏକ ଆମ୍ବ ମଣ୍ଡି ବ୍ୟବସ୍ଥା କରାଯିବାର ଆବଶ୍ୟକତା ହୋଇଛି । ସରକାରୀ ମଣ୍ଡି ଖୋଲାଗଲେ ଚାଷୀମାନେ ନ୍ୟାୟସଙ୍ଗତ ଦରରେ ତାଙ୍କ ଉତ୍ପାଦ ବିକ୍ରି କରି ଶ୍ରମାନୁଯାୟୀ ପାରିଶ୍ରମିକ ମଧ୍ୟ ପାଇପାରନ୍ତେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande