କୋରେଇ, ୦୭ ଜୁନ୍ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରୁ ବୈତରଣୀ ରୋଡ ଯାଇଥିବା ବୈତରଣୀ ନଦୀ ବନ୍ଧରେ ଏକ ବାଇକକୁ କାର ଧକ୍କା ଦେବା ସହ ବନ୍ଧ ତଳକୁ ଖସାଇ ଚକା ଉପରେ ଚଢି ଅଟକି ଯାଇଥିଲା । ଫଳରେ ବାଇକ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି । ପ୍ରକାଶଯେ ବୈତରଣୀ ନଦୀ ବନ୍ଧର ମୂଳାପାଳ ପଂଚାୟତ ରଣପାଳ ରାମେଶ୍ୱର ଗଡାଣୀରୁ ଏକ ଯୁବକ ବାଇକ ନେଇ ରାସ୍ତା ଉପରକୁ ଉଠୁଥିଲେ । ଏହି ସମୟରେ ଏକ ସ୍ୱିପ୍ଟ ଡିଜେଆର କାର ଆସି ତାଙ୍କୁ ଧକ୍କାଦେଇ ବନ୍ଧ ତକଳୁ ଠେଲିନେଇ ଚକା ଉପରେ ଚଢି ଅଟକି ଯାଇଥିଲା । ହେଲେ ବାଇକ ଆରୋହୀ ଅଳ୍ପକେ ସାମାନ୍ୟ ଆହତ ହୋଇ ବର୍ତିଯାଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ