କନ୍ଧମାଳ, ୭ ଜୁନ୍ (ହି.ସ.)- କନ୍ଧମାଳ ଜିଲ୍ଲା ଫୁଲବାଣୀ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଥମେ ମାଦିକୁନ୍ଦା ରିଜର୍ଭ ପଡିଆ ଠାରେ ହେଲିପ୍ୟାଡ୍ ରେ ଓହ୍ଲାଇବା ପରେ ବିଜେପି ଦଳୀୟ କର୍ମକର୍ତା ମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ପରେ ଫୁଲବାଣୀ ସହର ଉପକଣ୍ଠ ତିଲକପଡ଼ା ଠାରେ ବହୁ ପ୍ରତିକ୍ଷୀତ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଏବଂ ୧୦୦ ଆସନ ବିଶିଷ୍ଟ ନୂତନ ସରକାରୀ ଭେଷଜ ମହାବିଦ୍ୟାଳୟ ଉଦ୍ଘାଟନ କରିଥିଲେ। ଏହାପରେ ସେ କନ୍ଧମାଳ ଜିଲ୍ଲା ଭେଷଜ ମହାବିଦ୍ୟାଳୟରେ ଥିବା ସମସ୍ତ ପ୍ରଫେସର ଓ ନର୍ସ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଫୁଲବାଣୀ କରୋନେସନ ପଡିଆ ଠାରେ ଅୟୋଜିତ ଏକ ସାଧାରଣ ସଭାରେ ଦେଇଥିବା ଉଦବୋଧନରେ ବିଜେପି ସରକାର ଆସିବା ପରେ, ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କନ୍ଧମାଳ ଗସ୍ତ ଏହି ପରିପେକ୍ଷୀରେ ସମସ୍ତ ଗ୍ରାମାଞ୍ଚଳରେ ଖୁବ ଶିଘ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ କରାଯିବ । ଏଥିରେ ୧୨୦ ପ୍ରକାର ଔଷଧ ମାଗଣା ମିଳିବ ବୋଲି ଘୋଷଣା କରିଥିଲେ । ଏନେଇ ଜନସାଧାରଣ ଓ ଦଳୀୟ କର୍ମକର୍ତାଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ସହ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଥିଲା l
ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ସାସଂଦ ସୁକାନ୍ତ କୁମାର ପାଣିଗ୍ରାହୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ. ମୁକେଶ ମହାଲିଙ୍ଗ, ଫୁଲବାଣୀ ବିଧାୟକ ଉମା ଚରଣ ମଲିକଙ୍କ ସମେତ
ମେଡିକାଲ କଲେଜ ଅଧ୍ୟକ୍ଷ ଡ଼ଃ. ନରେନ୍ଦ୍ର ବେହେରା, ଜିଲ୍ଲାପାଳ ଅମ୍ରିତ ରୁତୁରାଜ, କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିସି, ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନା, କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏବଂ ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ରଙ୍କ ସମେତ ବହୁ ପଦାଧିକାରୀ ମାନେ ଯୋଗ ଦେଇଥିଲେ l ଉଦ୍ଘାଟନ ପରେ ପରେ ଆନାଟୋମୀ ପରୀକ୍ଷାଗାର, ବ୍ୟବଚ୍ଛେଦ କକ୍ଷ, ଏଏମ୍ଟି ମ୍ୟୁଜିଅମ ପରିଦର୍ଶନ କରିଥିଲେ। ଏହା ପରେ କରୋନେସନ ପଡ଼ିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ମୁଖ୍ୟମନ୍ତ୍ରୀ ପ୍ରାୟ ୭୪୯ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ୧୦ଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି, ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ