ସୁବର୍ଣ୍ଣପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ସୁବର୍ଣ୍ଣପୁର, 7 ଜୁନ୍ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ୩୨୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୫୬ ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଥମେ ସୁବର୍ଣ୍ଣପୁରଠାରେ ନିର୍ମାଣ ହୋଇଥିବା ସର୍କିଟ ହାଉସର ଶୁଭ ଉଦଘାଟନ କରିଥିଲେ । ପରେ ରାମ
ସୁବର୍ଣ୍ଣପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ


ସୁବର୍ଣ୍ଣପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ


ସୁବର୍ଣ୍ଣପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ


ସୁବର୍ଣ୍ଣପୁର, 7 ଜୁନ୍ (ହି.ସ.)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ୩୨୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୫୬ ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଥମେ ସୁବର୍ଣ୍ଣପୁରଠାରେ ନିର୍ମାଣ ହୋଇଥିବା ସର୍କିଟ ହାଉସର ଶୁଭ ଉଦଘାଟନ କରିଥିଲେ । ପରେ ରାମେଶ୍ୱର ପଡିଆଠାରେ ଆୟୋଜିତ ହୋଇଥିବା ଜନସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ଜୟ ମା’ ସୁରେଶ୍ଵରୀ କହି ଅଭିଭାଷଣ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ସୁବର୍ଣ୍ଣପୂର ମାଟିର ଗୌରବ ସନ୍ଥ କବି ଭୀମ ଭୋଇ ଜଣେ ଅନନ୍ୟ ପ୍ରତିଭା । ସୁବର୍ଣ୍ଣପୁର ସହରର ମା’ ମେଟାକାନି, ପାପକ୍ଷୟ ଘାଟ, ପାତଳୀ ଶ୍ରୀକ୍ଷେତ୍ର, ସୁବର୍ଣ୍ଣମେରୁ, ରାମେଶ୍ୱର ଉପରେ ରହିଥିବା ଗୁଣ ଗାଇଥିଲେ । ଯେହେତୁ ଆମ ସରକାର ଲୋକଙ୍କ ସରକାର ତେଣୁ କୃଷି ଓ କୃଷକର ବିକାଶ, ମହିଳା ସଶକ୍ତିକରଣ ଉପରେ ଆମ ସରକାର ଲୋକଙ୍କ ସେବାରେ ସବୁବେଳେ ନିୟୋଜିତ ରହିଥିବା କହିଥିଲେ । ଜିଲ୍ଲାରେ ବହୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ଏବଂ ଆଗକୁ ମଧ୍ୟ ହେବାର ଅଛି ଏବଂ ଜିଲ୍ଲାରେ ଆୟୁଷ୍ମାନ ଯୋଜନାଠାରୁ ଆରମ୍ଭ କରି ସୁଭଦ୍ରା ଯୋଜନା, ଆବାସ ସର୍ଭେ ସରିଛି ଏବଂ ଯଥାଶୀଘ୍ର ଲୋକଙ୍କୁ ଘର ମଧ୍ୟ ଯୋଗାଇ ଦିଆଯିବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାକୁ ଏକ ନଂ ଜିଲ୍ଲା ଭାବେ ପରିଗଣିତ କରାଯିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ସମସ୍ତ ସରକାରୀ ଅଧିକାରୀ ସାମଗ୍ରିକ ଭାବେ ଏକ ହୋଇ କାର୍ଯ୍ୟ କଲେ ଏହି ଜିଲ୍ଲାର ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ,କଣ୍ଟାମାଳ ବିଧାୟକ କହ୍ନେଇ ଡ଼ାଙ୍ଗ ମଞ୍ଚରେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande