ନୂଆଦିଲ୍ଲୀ, ୭ ଜୁନ୍ (ହି.ସ.)- ଦେଶରେ ପୁଣି ଥରେ କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି । ଶନିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି ପ୍ରତିଶତ ଅନୁସାରେ ଦେଶରେ କୋରୋନାର ସକ୍ରିୟ ମାମଲା ସଂଖ୍ୟା ବୃଦ୍ଧି ପାଇ ୫,୭୫୫ ରେ ପହଂଚିଛି ।
ମନ୍ତ୍ରାଳୟ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ କୋରୋନାର ୩୯୧ ମାମଲା ସାମ୍ନାକୁ ଆସିଛି । କେରଳରେ ସବୁଠୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଂଟାରେ କେରଳରେ ୧୨୭ ମାମଲା ସାମ୍ନାକୁ ଆସିଛି । ଏଠାରେ ୧,୮୦୬ ସକ୍ରିୟ ମାମଲା ରହିଛି । ଏହାପରେ ଗୁଜୁରାଟ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ସବୁଠୁ ଅଧିକ ସକ୍ରିୟ ମାମଲା ରହିଛି । ଗତ ୨୪ ଘଂଟାରେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ୪ ମୃତ୍ୟୁ କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ତାମିଲନାଡ଼ୁରେ ହୋଇଛି । ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ୫,୪୮୪ ଲୋକ ସଂକ୍ରମିତ ହେବା ପରେ ସୁସ୍ଥ ହୋଇସାରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ