ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ଅନିୟମିତତା, ରାସ୍ତାରେ ଫାଟ
ଭଦ୍ରକ, ୭ ଜୁନ୍ (ହି.ସ.) - ଭଦ୍ରକ ଜିଲା ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଅଂଚଳବାସୀ ବହୁବାର ଅଭିଯୋଗ ଆଣିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ।ଗୋଟିଏ ପଟରେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏହି ରାସ୍ତା କାର୍ଯ୍ୟର ମାନ ନେଇ ସଂପୃକ୍ତ ଠିକାଦାରଙ୍କୁ
DIGOCHIA-BANSADA RASTA RE FATA


ଭଦ୍ରକ, ୭ ଜୁନ୍ (ହି.ସ.) - ଭଦ୍ରକ ଜିଲା ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଅଂଚଳବାସୀ ବହୁବାର ଅଭିଯୋଗ ଆଣିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ।ଗୋଟିଏ ପଟରେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏହି ରାସ୍ତା କାର୍ଯ୍ୟର ମାନ ନେଇ ସଂପୃକ୍ତ ଠିକାଦାରଙ୍କୁ ତାଗିଦ କରୁଥିବା ବେଳେ ସଂପୃକ୍ତ ଠିକାଦାର ନିଜ ମନମାନୀରେ ରାସ୍ତା କାର୍ଯ୍ୟର ଠିକ ମାନ ରଖୁନାହିଁ। ଫଳରେ ରାସ୍ତା କାର୍ଯ୍ୟର ଅବଧି ସରି ଯାଇଥିବା ବେଳେ ରାସ୍ତା କାର୍ଯ୍ୟ ଶେଷ ହେଉ ନାହିଁ। ଅଭିଯୋଗ ପରେ ଅଭିଯୋଗ ହେଉଥିବା ବେଳେ ପୁନଶ୍ଚ ବହୁ ସ୍ଥାନରେ ପିଚୁ ଉଠିଯିବା ସହ ସରିଥିବା ରାସ୍ତା ର ଲେବଲ(ସ୍ତର) ମଧ୍ୟ ଠିକ ନାହିଁ ଫଳରେ ଆସ୍ତେ ଆସ୍ତେ ଏହି ୧୦ କି.ମି ରାସ୍ତା ଦବିବାରେ ଲାଗିବା ସହ ରାସ୍ତା ନିର୍ମାଣ ସମୟରେ ଠିକ ଭାବେ ଚାପ ଦିଆ ଯାଇ ନଥିବାରୁ ବହୁ ସ୍ଥାନରେ ରାସ୍ତା ଟି ଫାଟି ଯାଇଛି। ଏହି ରାସ୍ତା କାର୍ଯ୍ୟ ଗତ୨୨ ଫେବୃଆରୀ ୨୦୨୩ ମସିହାରେ ଆରମ୍ଭ କରିଥିବା ବେଳେ ଏହାର ପୂର୍ଣାଙ୍ଗ ୨୧ ମାର୍ଚ ୨୦୨୪ ରେ ହେବ ବୋଲି ସୁଚନା ଦିଆଯାଇଥିଲା। ଭଦ୍ରକ ରାସ୍ତା ଓ କୋଠାବାଡି ବିଭାଜନ ଏହି ରାସ୍ତା କାର୍ଯ୍ୟ ୨୫କୋଟି ୧୫ଲକ୍ଷ ଟଙ୍କାରୁ ୩୪କୋଟି ଟଙ୍କାକୁ ଏହାର ଆକଳନ ମୁଲ୍ୟ ବଢାଇଥିଲେ। ପ୍ରଥମେ ଠିକା ନେଇ ଥିବା ସଂସ୍ଥା କିଛି ଦିନ କାର୍ଯ୍ୟ କରିବା କାର୍ଯ୍ୟ କାର୍ଯ୍ୟର ମାନ ଠିକ ନ ରହିବାରୁ ସଂପୃକ୍ତ ଠିକାଦାରଙ୍କୁ ଏହି କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲା। ପରେ ପୁନଃ ଟେଣ୍ଡର କରାଯାଇ ଏହି କାର୍ଯ୍ୟକୁ ଅନ୍ୟ ଏକ ଠିକା ଦାରଙ୍କୁ ଦିଆ ଯାଇଥିଲା। ଆଶା ଥିଲା ପ୍ରଥମ ଠିକାଦାର ଠାରୁ ନୁତନ ଟେଣ୍ଡର ନେଇଥିବା ଠିକାଦାର ଏହି କାର୍ଯ୍ୟର ମାନ ବଢାଇବ ବୋଲି ମାତ୍ର ସମସ୍ତ ଆଶା ନିରାଶାରେ ପରିଣତ ହୋଇଛି। କେତେବେଳେ ଏହି ରାସ୍ତା କାର୍ଯ୍ୟ ପାଇଁ ପଙ୍କ ଏବଂ ପୋଡି ଯାଇଥିବା ମାଟି ଆଣି ରାସ୍ତା ଫିଲିଂ କରାଯାଉଛି ଆଉ କେତେବେଳେ ନୂତନ ଭାବେ କାର୍ଯ୍ୟ ହୋଇଥିବା ଗାର୍ଡ ଓାଲ ଭାଙ୍ଗି ଯିବା ସହ ନିର୍ମାଣ ଶେଷ ହୋଇଥିବା ରାସ୍ତାରୁ ପିଚୁ ଉଠିବା ସହ ରାସ୍ତା ଠିକା ଭାବେ ଚାପ ଦିଆ ଯାଇ ନଥିବାରୁ ଫାଟି ମଧ୍ୟ ଯାଉଛି। ଏହି ସମସ୍ତ ଅଭିଯୋଗ ଦୀର୍ଘ ଦିନ ହେବ ହୋଇ ଆସୁଥିଲେ ମଧ୍ୟ ସଂପୃକ୍ତ ଠିକାଦାରଙ୍କୁ ଅଧୀକ୍ଷଣ ଯନ୍ତ୍ରୀ ବହୁବାର ତାଗିଦ କରି ଆସୁଥିଲେ ମଧ୍ୟ ସଂପୃକ୍ତ ଠିକାଦାର ଏହାକୁ ଫୁ କରି ଦେଉଥିବା ଜଣା ଯାଇଛି। ସଂପୃକ୍ତ ଠିକାଦାର ନିଜ ମନମାନୀରେ ଏହି କାର୍ଯ୍ୟ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପାଖରେ କୌନସି କନିଷ୍ଠଯନ୍ତ୍ରୀ ନ ଥିବାରୁ ଏହି କାର୍ଯ୍ୟ ତଦାରଖ କରିବ କିଏ ବୋଲି ପ୍ରଶ୍ନବାଚୀ ହୋଇ ପଡିଛି। ସଂପୃକ୍ତ ଠିକାଦାର ରାତି ଅଧିଆ ନିମ୍ନ ମାନର କାର୍ଯ୍ୟ ସାରି ନିଜର ପ୍ରାପ୍ୟ ଗଣ୍ଡାକ ହାତେଇବାକୁ ମସୁଧା ଚଳାଇଛି କାରଣ ଏହି ରାସ୍ତା ନିର୍ମାଣ ସରିବା ପରେ ଏହାର ରକ୍ଷଣାବେକ୍ଷଣ ସଂପୃକ୍ତ ଠିକାଦାରଙ୍କ ର ନୁହେଁ । ଏହି ରାସ୍ତା ଶେଷ ହେବା ପୂର୍ବରୁ ଯାତାୟତ ଅନୁପୋଯୋଗୀ ହେବା ସୁନିଶ୍ଚିତ ମାତ୍ର ବିଭାଗୀୟ ଅଧିକାରୀ ଙ୍କ ନିର୍ଦେଶ କୁ ବେଖାତିର କରୁଥିବା ଠିକାସଂସ୍ଥା ପାଇଁ ବିଭାଗୀୟ ଅଧିକାରୀ ଅହେତୁକ ଅନୁକମ୍ପା ଦେଖାଉ ଛନ୍ତି ତାହାର ବିଦ୍ଦିବଦ୍ଧ ତଦନ୍ତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande