ଦ୍ୱିତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘର ଲୋୟର ପିଏମ୍‌ଜିରେ ଅହୋରାତ୍ର ଧାରଣା ନବରଙ୍ଗପୁର ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି ମୋହନ ସରକାର-ପ୍ରଦୀପ ମାଝୀ
ଭୁବନେଶ୍ୱର, ୦୭ ଜୁନ – ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ଅହୋରାତ୍ର ଧାରଣା ଦ୍ୱିତୀୟ ଦିନରେ ପହଂଚିଛି। ୪ ଦଫା ଦାବିକୁ ନେଇ ୭ ଦିନ ବ୍ୟାପୀ ଏହି ଧାରଣା ଚାଲୁ ରହିବ। ଏହି ଧାରଣାରେ ଉପସ୍ଥିତ ରହୁଥିବା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝ
ଦ୍ୱିତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘର ଲୋୟର ପିଏମ୍‌ଜିରେ ଅହୋରାତ୍ର ଧାରଣା ନବରଙ୍ଗପୁର ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି ମୋହନ ସରକାର-ପ୍ରଦୀପ ମାଝୀ


ଭୁବନେଶ୍ୱର, ୦୭ ଜୁନ – ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ଅହୋରାତ୍ର ଧାରଣା ଦ୍ୱିତୀୟ ଦିନରେ ପହଂଚିଛି। ୪ ଦଫା ଦାବିକୁ ନେଇ ୭ ଦିନ ବ୍ୟାପୀ ଏହି ଧାରଣା ଚାଲୁ ରହିବ। ଏହି ଧାରଣାରେ ଉପସ୍ଥିତ ରହୁଥିବା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି ଯେ, ମୋହନ ସରକାର ନବରଙ୍ଗପୁର ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି। ମୋହନ ସରକାର ଏକ ଚାଷୀବିରୋଧୀ ସରକାର। ରାଇଘରର ଚାଷୀ ୪ ମାସ ହେଲା ମଣ୍ଡିରେ ଧାନ ବିକି ଏପର୍ଯ୍ୟନ୍ତ ଧାନର ପ୍ରାପ୍ୟ ପାଇନାହାଁନ୍ତି। ସେମାନେ ଋଣ କରି ଚାଷ କରିଥିଲେ। ଭାବିଥିଲେ ଧାନ ବିକ୍ରି ଟଙ୍କା ମିଳିଲେ ଋଣ ପରିଶୋଧ କରିବେ ବୋଲି। ମାତ୍ର ସରକାର ୪ ମାସ ହେବ ଚାଷୀଙ୍କ ଧାନବିକ୍ରି ଟଙ୍କା ନ ଦେବା ଫଳରେ ସେମାନଙ୍କର ଋଣ ଭାର ବଢି ବଢି ଚାଲିଛି। ରାଇଘର ବ୍ଲକର ୩୪୪ଜଣ ଚାଷୀଙ୍କର ସାଢେ ଚାରିକୋଟି ଟଙ୍କା କେବେ ସରକାର ଦେବେ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି।

ଅନ୍ୟ ପକ୍ଷରେ ନବରଙ୍ଗପୁରରେ ଧାନକିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ପ୍ରାୟ ୭ ଲକ୍ଷ କୁଇଂଟାଲ ଧାନ କାଗଜପତ୍ରରେ ବିକ୍ରି ହୋଇଥିବା ଦର୍ଶାଯାଇଛି। ଏହି ବିକ୍ରି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ସମ୍ପୃକ୍ତ ଅଫିସରଙ୍କ ଜାଣନ୍ତରେ ଘଟିଛି। ତେଣୁ ଏହି ଦୁର୍ନୀତିର ତୁରନ୍ତ ପର୍ଦ୍ଦାଫାଶ କରିବା ପାଇଁ ଶ୍ରୀ ମାଝୀ ଦାବି କରିଛନ୍ତି। ଚାଷୀଙ୍କ ଠାରୁ ବିନା କଟନୀ ଛଟନୀରେ ସମସ୍ତ ଧାନ କିଣିବା ପାଇଁ ବିଜେପି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା ଓ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ପାଇଁ କହିଥିଲା। ହେଲେ ଏବେ କୁଇଣ୍ଟାଲ ପିଛା ୧୦ କିଲୋ ଧାନ କଟନୀ ଛଟନୀରେ କାଟିିଦିଆଯାଉଛି। ଚାଷୀ ତାର ଧାନକୁ ୧୬୦୦/୧୭୦୦ ଟଙ୍କାରେ ବିକୁଛି।

ମୋଦି ସରକାର ଏକ ଚାଷୀ ବିରୋଧ ସରକାର ବୋଲି ସାରା ଦେଶ ଜାଣିଛି। କଳା କୃଷି ଆଇନ ବଳରେ ଚାଷୀଙ୍କର ଜମି ଦଖଲ କରିବାକୁ ଷଡ଼ଯନ୍ତ୍ର କରୁଥିଲା। ମୋଦିଙ୍କର ପ୍ରିୟ ପୁଞ୍ଜିପତିମାନଙ୍କୁ ଚାଷୀଙ୍କର ସମସ୍ତ ଜମିକୁ ଦେଇଦେବାକୁ ଚକ୍ରାନ୍ତ ଚାଲିଥିଲା। ଚାଷୀ ଆନ୍ଦୋଳନ କଲେ ଆଉ ଜିତିଲେ, ଆଇନ ପ୍ରତ୍ୟାହାର ହେଲା। କିନ୍ତୁ ଏହି ଆନ୍ଦୋଳନରେ ୭୦୦ ଚାଷୀଙ୍କର ଜୀବନ ଯାଇଥିଲା। ବିଜେପି ସରକାର ଚାଷୀଙ୍କୁ ଆନ୍ଦୋଳନଜୀବୀ, ଖଲିସ୍ତାନୀ, ଦେଶଦ୍ରୋହୀ ବୋଲି ନାନାଦି ଅପବାଦ ଦେଲେ। ଆନ୍ଦୋଳନ କରିବା ପାଇଁ ଦିଲ୍ଲୀ ଭିତରକୁ ଚାଷୀଙ୍କୁ ଛଡ଼ାଗଲା ନାହିଁ, ବାଟରେ କଣ୍ଟା ପୋତି ଦିଆଗଲା। ଏହା ହେଉଛି ଚାଷୀଙ୍କ ପ୍ରତି ବିଜେପିର ଦରଦ। ସେହିଭଳି ଲକ୍ଷ୍ମୀପୁର ଖେରିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରତ ୮ଜଣ ଚାଷୀଙ୍କୁ ଗାଡ଼ି ଚଢାଇ ହତ୍ୟା କରିଥିଲା। ୨୦୧୭ ମସିହାରେ ମଧ୍ୟପ୍ରଦେଶର ମାଣ୍ଡାସୁରରେ ବିଜେପି ସରକାର ଆନ୍ଦୋଳନରତ ୫ଜଣ ଚାଷୀଙ୍କୁ ହତ୍ୟା କରିଥିଲେ। ନବରଙ୍ଗପୁର ଜିଲ୍ଲା ଚାଷୀ ବିଶେଷକରି ରାଇଘର ଚାଷୀଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟ ଜାରି ରହିବ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ କହିଲେ ଯେ, ନବରଙ୍ଗପୁରରେ ଯେଉଁମାନେ ଧାନକିଣାରେ ଦୁର୍ନୀତି କରିଛନ୍ତି ଏବଂ ରାଇଘର ଚାଷୀଙ୍କର ଧାନ ବିକ୍ରି ଟଙ୍କା ୪ ମାସ ହେଲ ଦେଉନାହାଁନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହିପରି ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ନବରଙ୍ଗପୁର ଜିଲ୍ଲାର ଚାଷୀମାନଙ୍କ ପ୍ରତି ମୋହନ ସରକାରର ଆଚରଣ ଓ ଉଚ୍ଚାରଣକୁ ଦୃଢ ନିନ୍ଦା କରିଥିଲେ। ବିଜେଡ଼ି ପକ୍ଷରୁ ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘର ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande