ଏଲନ ମସ୍କଙ୍କୁ ହ୍ୱାଇଟ ହାଉସକୁ ଭଲ ପାଆନ୍ତି,ଗଠନ କରିପାରନ୍ତି ନୁଆ ରାଜନୈତିକ ଦଳ
ୱାଶିଂଟନ 7 ଜୁନ (ହି.ସ)-ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ପୁର୍ବତନ ସହଯୋଗୀ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ହ୍ୱାଇଟ ହାଉସ ପ୍ରତି ଆସକ୍ତି ଛାଡିପାରୁନାହାନ୍ତି।ସେ ତାଙ୍କର ନୁତନ ରାଜନୈତିକ ଦଳ ଘୋଷଣା କରିପାରନ୍ତି।ଏହି ସମୟରେ ଉଭୟଙ୍କ ସମ୍
ଏଲନ ମସ୍କଙ୍କୁ ହ୍ୱାଇଟ ହାଉସକୁ ଭଲ ପାଆନ୍ତି,ଗଠନ କରିପାରନ୍ତି ନୁଆ ରାଜନୈତିକ ଦଳ


ୱାଶିଂଟନ 7 ଜୁନ

(ହି.ସ)-ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ପୁର୍ବତନ ସହଯୋଗୀ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ

ହ୍ୱାଇଟ ହାଉସ ପ୍ରତି ଆସକ୍ତି ଛାଡିପାରୁନାହାନ୍ତି।ସେ ତାଙ୍କର ନୁତନ ରାଜନୈତିକ ଦଳ ଘୋଷଣା

କରିପାରନ୍ତି।ଏହି ସମୟରେ ଉଭୟଙ୍କ ସମ୍ପର୍କରେ ଏତେ ତିକ୍ତ ହୋଇଯାଇଛି ଯେ ସେମାନେ ପରସ୍ପରକୁ ସହ୍ୟ

କରିପାରୁନାହାନ୍ତି।ସିବିଏସ ନ୍ୟୁଜ ଅନୁଯାୟୀ ଏଲନ ମସ୍କ ଟ୍ରମ୍ପଙ୍କଠାରୁ ଅଲଗା ହେବା ପରେ

ଗୁରୁବାର ଦିନ ନିଜର ନୁତନ ଦଳ ଗଠନ କରିବାର ଧାରଣା ଦେଶ ସମ୍ମୁଖରେ ରଖିଲେ।ଟ୍ରମ୍ପଙ୍କ ତୀବ୍ର

ବ୍ୟଙ୍ଗ ମଧ୍ୟରେ ମସ୍କ ତାଙ୍କର 220 ମିଲିୟନ ଫଲୋର୍ସଙ୍କ ମତାମତ ଜାଣିବା ପାଇଁ ଏକ୍ସକୁ ପୋଲ

ପୋଷ୍ଟ କରିଥିଲେ।ଏଥିରେ ସେ ଲେଖିଛନ୍ତି ଯେ ଆମେରିକାରେ ନୁତନ ରାଜନୈତିକ ଦଳ ଗଠନ କରିବାର ସମୟ

ଆସିଯାଇଛି।ମସ୍କ ଶୁକ୍ରବାର କହିଛନ୍ତି ଯେ ପୋଲରେ

80 ପ୍ରତିଶତ ଅନୁଗାମୀ ତାଙ୍କ ବିଚାରକୁ ସମର୍ଥନ କରିଛନ୍ତି।ମସ୍କ ସନ୍ଧ୍ୟାରେ ଲେଖିଛନ୍ତି ଯେ

ଏହା ତାଙ୍କର ଭାଗ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande