କୋରେଇ, ୦୭ ଜୁନ୍ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଶର୍ମା ପେଟ୍ରୋଲପମ୍ପ ନକିଟରେ ଆଜି ଅପରାହ୍ନରେ ଏକ ଆମ୍ବୁଲନ୍ସ ଏକ ଗାଇକୁ ଧକ୍କା ଦେବାରୁ ଘଟଣାସ୍ଥଳେ ଗାଇର ମୃତ୍ୟୁ ଘଟିଛି । ପ୍ରକାଶଯେ ଭଦ୍ରକରୁ ରୋଗୀ ନେଇ କଟକ ଅଭିମୁଖେ ଏକ ଆମ୍ବୁଲାନ୍ସ (ଓଡି୦୨ବିଜେ ୧୪୭୦) ଯାଉଥିଲା । ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଏକ ଗାଇ ଆଗକୁ ଆସିଯିବାରୁ ଗାଇଟିକୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଫଳରେ ଅଳତିରି ଗ୍ରାମର ଚୈତନ୍ୟ ମଲ୍ଲିକଙ୍କ ଗାଇଟି ମୃତ୍ୟୁ ବରଣ କରିଥିଲା । ଆମ୍ବୁଲାନ୍ସଟି ଦୁର୍ଘଟଣା ଗ୍ରସ୍ଥ ହେବା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀ ମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଆମ୍ବୁଲାନ୍ସଟିକୁ ଟାଣି ନିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ