ଭୁବନେଶ୍ୱର, ୦୭ ଜୁନ (ହି.ସ.)- ଆସନ୍ତା ୨୦ ତାରିଖରେ ବିଜେପି ସରକାରର ବର୍ଷ ପୂର୍ତି ଉତ୍ସବ ପାଳନ ହେବ । ଏହି ଉତ୍ସବରେ ପ୍ରାୟ ଦେଢ଼ ଲକ୍ଷ ଲୋକ ସାମିଲ ହେବେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ସେଥିପାଇଁ ବର୍ତମାନ ସୁଦ୍ଧା ସ୍ଥାନ ନିରୂପଣ ହୋଇନାହିଁ। ତେବେ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ହେବ। କେବଳ ୨୦ ତାରିଖ ପାଇଁ ସ୍ଥାନ ନିରୂପଣ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା