ରାଜ୍ୟର ଚୂଡ଼ାନ୍ତ ଆଇ.ଟି. ନୀତିରେ ସଂଶୋଧିତ ରିହାତି ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ
ଗବେଷଣା ଭିତିରେ ୫ କୋଟି ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଭୁବନେଶ୍ୱର, ୦୭ ଜୁନ (ହି.ସ.)-ଇଲେକ୍ଟ୍ରୋନିକ ଗବେଷଣା“ଓଡ଼ିଶା ପ୍ରଦତ ସୁବିଧା: ଇ.ଏସ୍‌.ଡି.ଏମ୍‌. ଲକ୍ଷ୍ୟ ପୂରଣ ଦିଗରେ ଏକ ଅନୁପ୍ରେରଣା” ଶୀର୍ଷକ ଏହି କର୍ମଶାଳାରେ ଆଇ.ଟି. ଶିଳ୍ପ କ୍ଷେତ୍ରର ପ୍ରତିନିଧି ଓ ଇ. ଆଣ୍ଡ ଆଇ.ଟି. ବିଭାଗ ଉଚ୍ଚ ପଦାଧ
ରାଜ୍ୟର ଚୂଡ଼ାନ୍ତ ଆଇ.ଟି. ନୀତିରେ ସଂଶୋଧିତ ରିହାତି ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ


ଗବେଷଣା ଭିତିରେ ୫ କୋଟି ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା

ଭୁବନେଶ୍ୱର, ୦୭ ଜୁନ (ହି.ସ.)-ଇଲେକ୍ଟ୍ରୋନିକ ଗବେଷଣା“ଓଡ଼ିଶା ପ୍ରଦତ ସୁବିଧା: ଇ.ଏସ୍‌.ଡି.ଏମ୍‌. ଲକ୍ଷ୍ୟ ପୂରଣ ଦିଗରେ ଏକ ଅନୁପ୍ରେରଣା” ଶୀର୍ଷକ ଏହି କର୍ମଶାଳାରେ ଆଇ.ଟି. ଶିଳ୍ପ କ୍ଷେତ୍ରର ପ୍ରତିନିଧି ଓ ଇ. ଆଣ୍ଡ ଆଇ.ଟି. ବିଭାଗ ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ସରକାରଙ୍କ ନୀତି ତଥା ଶିଳ୍ପ ଅନୁକୂଳ ପ୍ରସ୍ତାବ ସଂପର୍କରେ ଆଲୋଚନା ତଥା ମତ ବିନିମୟ ହୋଇଥିଲା ।

ଉପସ୍ଥିତ ହିତଧାରକମାନେ ସେମାନଙ୍କ ପରିଚୟ ଏବଂ ନିଜ ନିଜ ସଂସ୍ଥାର ସଫଳତା ସହ ବିଭିନ୍ନ ସମସ୍ୟା ବଖାଣିବା ପରେ ବିଭାଗ ପକ୍ଷରୁ କରାଯାଇଥିବା ପଲିସି ସଂଶୋଧନ ଓ ପଲିସିର ଲକ୍ଷ୍ୟ ସଂପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା ।

କର୍ମଶାଳାକୁ ସମ୍ବୋଧିତ କରି ପ୍ରମୁଖ ସଚିବ ବିଶାଳ କୁମାର ଦେବ କହିଥିଲେ, “ଇଲେକ୍ଟ୍ରୋନିକ୍ସ ନୀତିରେ ଆଗାମୀ ସଂଶୋଧନ ବିଷୟରେ ଆପଣଙ୍କୁ ଅବଗତ କରାଇବା ହେଉଛି ଏହି ବୈଠକର ଉଦ୍ଦେଶ୍ୟ । ପ୍ରୋତ୍ସାହନ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ କେବଳ ତାହା ହିଁ ଯଥେଷ୍ଟ ନୁହେଁ।” ଯେକୌଣସି ନୀତିର ଯଥୋଚିତ ଲାଭ ଉଠାଇବା ପାଇଁ ଏକ ଦୃଢ଼ ଏବଂ ବ୍ୟାପକ ଇକୋସିଷ୍ଟମ ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ । ପରେ, ଇ.ଏଣ୍ଡ.ଆଇ.ଟି. ବିଭାଗର ପ୍ରତିନିଧିମାନେ ନୀତି ଢାଞ୍ଚାରେ ପ୍ରସ୍ତାବିତ ସଂଶୋଧନ ଉପସ୍ଥାପନ କରିଥିଲେ। ପ୍ରମୁଖ ଉଲ୍ଲେଖନୀୟ ବିଷୟଗୁଡ଼ିକ ମଧ୍ୟରେ ଭୂମି ପ୍ରିମିୟମରେ ଶତପ୍ରତିଶତ ରିହାତି, ଷ୍ଟାମ୍ପ ଡ୍ୟୁଟି ଛାଡ଼, ଲିଜ୍ ଭଡ଼ା ରିହାତି, ବିଦ୍ୟୁତ୍ ଶୁଳ୍କ ରିହାତି, ସ୍ଥିର ପୁଞ୍ଜି ପ୍ରୋତ୍ସାହନ ଏବଂ ମାନବ ପୁଞ୍ଜି ବିକାଶ ପ୍ରୋତ୍ସାହନ ଇତ୍ୟାଦି ସଂପର୍କରେ ହିତଧାରକମାନଙ୍କୁ ଜଣାଇଥିଲେ । ଅତିରିକ୍ତ ପଦକ୍ଷେପ ସ୍ୱରୂପ ପରିବର୍ଦ୍ଧିତ ଇ.ପି.ଆଇ.ଏବଂ ଇ.ଏସ୍‌.ଆଇ. ପ୍ରତିପୂରଣ, ଷ୍ଟେଟ ଜି.ଏସ୍‌.ଟି. ପ୍ରତିପୂରଣ, ଆଭ୍ୟନ୍ତରୀଣ ପେଟେଣ୍ଟ ପଞ୍ଜୀକରଣ ୭୫ ପ୍ରତିଶତ ଅର୍ଥାତ୍ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଏବଂ ମାର୍କେଟିଂ ପ୍ରୋତ୍ସାହନ ଆଦି ସଂପର୍କରେ ମଧ୍ୟ ଉଲ୍ଲେଖ କରାଯାଇଥିଲା । ପାଞ୍ଚକୋଟି ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ ଗବେଷଣା ଏବଂ ବିକାଶ ସହାୟତା, ଇ.ଏସ.ଡି.ଏମ୍‌. ପାର୍କ ବିକାଶ ପାଇଁ ସର୍ବାଧିକ ୬୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଏବଂ ସବୁଜ ଶକ୍ତିର ସୁଲଭତା ସଂପର୍କରେ ମଧ୍ୟ ବିଭାଗର ପ୍ରତିନିଧି ଜଣାଇଥିଲେ ।

ଏହି ଉପସ୍ଥାପନାରେ କୁଶଳୀ ପ୍ରତିଭାର ଧାରାକୁ ସୁଦୃଢ଼ କରିବା ପାଇଁ ଷ୍ଟାଇପେଣ୍ଡ ସହ ଦେଶରେ ସର୍ବପ୍ରଥମ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଏବଂ ଇ.ଏସ୍‌.ଡି.ଏମ୍‌. କ୍ଷେତ୍ର ମଧ୍ୟରେ ଯୋଗାଣ ଶୃଙ୍ଖଳା ଦକ୍ଷତାକୁ ଉନ୍ନତ କରିବା ପାଇଁ ଲଜିଷ୍ଟିକ୍ସ ସବସିଡ଼ିର ଯୋଜନା ସଂପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା ।

ଏହାପରେ ଉପସ୍ଥିତ ହିତାଧିକାରୀମାନେ ସେମାନେ ସମମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଆବଶ୍ୟକ କରୁଥିବା ବିଭିନ୍ନ ସୁବିଧା ସଂପର୍କରେ ଆଲୋଚନା କରିବା ସହିତ ସୁଚାରୁ କାର୍ଯ୍ୟ ସଂପାଦନ କ୍ଷେତ୍ରରେ ରହୁଥିବା ବିଭିନ୍ନ ପ୍ରତିବନ୍ଧକ ଦୂର କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ରିହାତି ପ୍ରାପ୍ତି, ଉତ୍ପାଦିତ ସାମଗ୍ରୀର ଭଣ୍ଡାରଣ, ମାର୍କେଟିଂ ପାଇଁ କେନ୍ଦ୍ରୀୟ ସୁବିଧା, କୁଶଳୀ କର୍ମୀଙ୍କ ଅଭାବ, ପ୍ଲଗ୍ ଆଣ୍ଡ ପ୍ଲେ ଭିତ୍ତିରେ ସ୍ଥାନ ଯୋଗାଣ, ଉତ୍ପାଦନ କେନ୍ଦ୍ର ଭିତରେ ପରୀକ୍ଷଣ ସୁବିଧାର ଉପଲବ୍ଧତା ଏବଂ କମ୍ପୋନେଣ୍ଟ ଇତ୍ପାଦନ ଆଦି ସଂପର୍କରେ ସେମାନେ ଉଲ୍ଲେଖ କରିଥିଲେ ।

ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା ଦେଶ ଭିତରେ ଇଲେକ୍ଟୋନିକ ସାମଗ୍ରୀର ଉତ୍ପାଦନ ତଥା ଚାହିଦା ଏବଂ ରପ୍ତାନି ପୂର୍ବାପେକ୍ଷା ୫ ଗୁଣା ବୃଦ୍ଧି ପାଇଥିବା ସଂପର୍କରେ ସୂଚନା ଦେବା ସହ କମ୍ପୋନେଣ୍ଟ ଉତ୍ପାଦନ ପାଇଁ ରାଜ୍ୟର ଆଇ.ଟି. ନୀତିକୁ କେନ୍ଦ୍ରୀୟ ନୀତି ସହ ସମନ୍ୱିତ କରାଯାଇଛି ବୋଲି କହିଥିଲେ ।

ତାଙ୍କ ଶେଷ ମନ୍ତବ୍ୟରେ, ପ୍ରମୁଖ ସଚିବ ଶ୍ରୀ ଦେବ କହିଥିଲେ, ଆଜିର ଆଲୋଚନା ନୀତି କାର୍ଯ୍ୟାନ୍ୱୟନ ଏବଂ ଦାବି ପ୍ରକ୍ରିୟାକରଣ ସଂପର୍କୀୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଆଲୋକପାତ କରିଛି । ଏଗୁଡ଼ିକର ସମାଧାନ ନିମନ୍ତେ ପ୍ରତ୍ୟେକ ନୀତି ପାଇଁ ସମର୍ପିତ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଏହାଦ୍ୱାରା ସୁଗମ କାର୍ଯ୍ୟାନ୍ୱୟନ ଏବଂ ଦ୍ରୁତ ସମାଧାନ ସୁନିଶ୍ଚିତ ହୋଇପାରିବ । ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଥିଲେ ମଧ୍ୟ ଆଗକୁ ଆହୁରି ଦୀର୍ଘ ଯାତ୍ରା ବାକି ଅଛି। ବିଭିନ୍ନ ରାଜ୍ୟ ଦୃଢ଼ ନୀତି ପ୍ରଦାନ କରିପାରିବେ, କିନ୍ତୁ ସଫଳତାର ପ୍ରକୃତ ମାପକାଠି ହେଉଛି ପୁଞ୍ଜି ନିବେଶର ନିରନ୍ତରତା । ଆର୍ôଥକ ପରିଚାଳନାରେ ଓଡ଼ିଶାର ଶୀର୍ଷ ସ୍ଥାନ ହାସଲ ନେଇ ନୀତି ଆୟୋଗର ଘୋଷଣା ଆମର ଦୃଢ଼ ଶାସନ ଏବଂ ଆର୍ôଥକ ଶୃଙ୍ଖଳାକୁ ପ୍ରତିଫଳିତ କରୁଛି। ଆମେ ଏହି ଶକ୍ତିକୁ ଏକ ସମୃଦ୍ଧ ଇ.ଏସ୍‌.ଡି.ଏମ୍‌. ଇକୋସିଷ୍ଟମ ନିର୍ମାଣରେ ବିନିଯୋଗ କରିବାକୁ ସଂକଳ୍ପବଦ୍ଧ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande