ଜାମ୍ମୁକାଶ୍ମୀର ଜାତୀୟ ରାଜପଥ ସମସ୍ତ ପ୍ରକାର ଯାତାୟତ ପାଇଁ ପୁନଃସ୍ଥାପିତ
ଜାମ୍ମୁ 7 ଜୁନ (ହି.ସ)-ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଶନିବାର ଦିନ ସମସ୍ତ ପ୍ରକାରର ଯାତାୟତ ପାଇଁ ପୁନଃସ୍ଥାପିତ କରାଯାଇଛି।ଛୋଟ ଯାନବାହାନକୁ ରାଜପଥର ଉଭୟ ପାର୍ଶ୍ୱରେ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିବାବେଳେ ବଡ ଯାନଗୁଡିକୁ କେବଳ ଶ୍ରୀନଗରରୁ ଜାମ୍ମୁ ଅଭିମୁଖେ ଯିବ
ଜାମ୍ମୁକାଶ୍ମୀର ଜାତୀୟ ରାଜପଥ ସମସ୍ତ ପ୍ରକାର ଯାତାୟତ ପାଇଁ ପୁନଃସ୍ଥାପିତ


ଜାମ୍ମୁ 7 ଜୁନ (ହି.ସ)-ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଶନିବାର ଦିନ

ସମସ୍ତ ପ୍ରକାରର ଯାତାୟତ ପାଇଁ ପୁନଃସ୍ଥାପିତ

କରାଯାଇଛି।ଛୋଟ ଯାନବାହାନକୁ ରାଜପଥର ଉଭୟ ପାର୍ଶ୍ୱରେ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିବାବେଳେ ବଡ

ଯାନଗୁଡିକୁ କେବଳ ଶ୍ରୀନଗରରୁ ଜାମ୍ମୁ ଅଭିମୁଖେ ଯିବାକୁ ଅନୁମତି ଦିଆଯାଇଛି।ଟ୍ରାଫିକ ବିଭାଗର

ଅଧିକାରୀ କହିଛନ୍ତି ଯେ ଜାମ୍ମୁ- ଶ୍ରୀନଗର ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ଭାବରେ ଜାରି

ରହିଛି।ଛୋଟ ଯାନଗୁଡିକୁ ସେମାନଙ୍କ ଲେନରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ କୌଣସି ଯାନକୁ

ଦ୍ରୁତ ଗତିରେ ନ ଚଲାଇବା କିମ୍ବା ଓଭରଟେକିଂ କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି,ଯାହାଦ୍ୱାରା

ରାଜାର୍ଗରେ କୌଣସି ଟ୍ରାଫିକ ଜାମ ନହୁଏ।ଏହି ସମୟରେ ଛୋଟ ଯାନଗୁଡିକୁଜାମ୍ମୁରୁ ଶ୍ରୀନଗର ଏବଂ ଶ୍ରୀନଗରରୁ ଜାମ୍ମୁ ଉଭୟ

ପାର୍ଶ୍ୱରୁ ଯିବାକୁ ଅନୁମତି ଦିଆଯାଉଥିବାବେଳେ ଭାରୀ ଯାନବାହାନକୁ କେବଳ ଶ୍ରୀନଗରରୁ ଜାମ୍ମୁ

ଅଭିମୁଖେ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି।ବିଭାଗ ଯାତ୍ରୀମାନଙ୍କୁ ନିବେଦନ କରିଛି ଯେ ସେ

ନିଜରଯାତ୍ରା ଆରମ୍ଭ କରିବା ପୁର୍ବରୁଯାତାୟତ କଣ୍ଟ୍ରୋଲରୁମ ସହ ଯୋଗାଯୋଗ କରିବା ଉଚିତ ଯାହାଫଳରେ ସେମାନେ ପରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande