ଭୁବନେଶ୍ୱର, ୦୭ ଜୁନ (ହି.ସ.)- ଶୃଙ୍ଖଳିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ସେ କହିଛନ୍ତି ରଥଯାତ୍ରା ସୁରୁଖୁରୁରେ ଚାଲିବା ପାଇଁ କମିଟି ଗଠନ ହୋଇଛି। ସେମାନଙ୍କ ବୈଠକ ପର୍ଯ୍ୟାୟ କ୍ରମେ ଚାଲିଛି। ବିଶେଷ କରି ସ୍ନାନ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯାତ୍ରାକୁ କିଭଳି ସୂଚାରୁ ରୁପେ ତୁଲାଇ ହେବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଆଇନ ମନ୍ତ୍ରୀ ପର୍ଯ୍ୟନ୍ତ ଚୂଡ଼ାନ୍ତ ସମୀକ୍ଷା କରନ୍ତି । ଏହାକୁ ଆହୁରି ସୁରୁଖୁରୁରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟିରେ ଆଇନ ମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗରର ମନ୍ତ୍ରୀ ସାମିଲ ଅଛନ୍ତି । ଏହି କମିଟି ରଥଯାତ୍ରାର ସମ୍ପୂର୍ଣ୍ଣ ତଦାରଖ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା