ଗୌହାଟୀ 7 ଜୁନ (ହି.ସ)- ଗୌାହାଟୀ ମହାନଗରର ରୁପନଗର ଅଞ୍ଚଳରେ
ଶନିବାର ସକାଳେଏକ ଭୟଙ୍କର ଭୁସ୍ଗଳନ ଘଟିଥିଲା,ଯେଉଁଥିରେ ପାହାଡରୁ ବିଶାଳକାୟ ପଥର ଏବଂ
ଭଗ୍ନାବଶେଷ ଖସିପଡିବା ଯୋଗୁଁଦୁଇଟି ଘର
ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି।ସ୍ଥଆନୀୟ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ଏହି ଦୁର୍ଘଟଣାରେ
ମନେଶ୍ୱର ରାଜବଂଶୀ ନାମକ ଜଣେ ବ୍ୟକ୍ତିମାଟି
ତଳେ ଚାପି ହୋଇଯାଇଥିଲେ ଏବଂ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ।ଘଟଣାସ୍ଥଳରେ
ଏସଡୀଆରଏଫ,ଆସାମ ପୋଲିସଏବଂ ଅଗ୍ନିଶମ ବିଭାଗର
ଟିମନିରନ୍ତର ରିଲିଫଏବଂଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।ଜରୁରୀକାଳୀନ ସେବା ଅଧିକାରୀମାନେ ମଧ୍ୟ
ଘଟଣାସ୍ଥଳରେ ଉପସ୍ଥିତଅଛନ୍ତି ଏବଂ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି
ରହିଛି।ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ପାହାଡି ଅଞ୍ଚଳରୁ ଦୁରେଇ ରହିବାକୁ ନିବେଦନ କରିଛନ୍ତି ଏବଂ
ଅଞ୍ଚଳରେ ହାଇଆର୍ଲଟ ଘୋଷଣା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା