ନୂଆଦିଲ୍ଲୀ, ୭ ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ବର୍ଷରେ ସରକାରଙ୍କ କୃଷକ ହିତୈଷି ପଦକ୍ଷେପର ଦୂରଗାମୀ ପ୍ରଭାବକୁ ହାଇଲାଇଟ୍ କରିଛନ୍ତି, ଯାହାକି କୃଷକ ସମ୍ପ୍ରଦାୟ ନିମନ୍ତେ ସମ୍ମାନ ଏବଂ ସମୃଦ୍ଧିର ମହତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅଟେ । ସେ ପିଏମ କିସାନ ସମ୍ମାନ ନିଧି ଏବଂ କିସାନ ଫସଲ ବୀମା ଭଳି ପ୍ରମୁଖ ପଦକ୍ଷେପଗୁଡିକୁ ଆଲୋକପାତ କରି ଏସବୁକୁ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସରକାର ଦ୍ୱାରା ନିଆଯାଇଥିବା ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ରେ ଲଗାତାର ବୃଦ୍ଧି କାରଣରୁ ଦେଶର ଖାଦ୍ୟାନ୍ନ ଉତ୍ପାଦକ ମାନଙ୍କୁ କେବଳ ଯେ, ସେମାନଙ୍କ ଫସଲର ଉଚିତ୍ ମୂଲ୍ୟ ମିଳୁଛି ତାହା ନୁହେଁ ବରଂ ସେମାନଙ୍କର ଆୟରେ ମଧ୍ୟ ବୃଦ୍ଧି ଘଟୁଛି । ପ୍ରଧାନମନ୍ତ୍ରୀ ମୋଦୀ ନିଜ ସରକାରର ୧୧ ବର୍ଷ ପୂର୍ତି ଅବସରରେ ଏକ୍ସ ପୋଷ୍ଟ ରେ ଏ କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ, ଦେଶର ପରିଶ୍ରମୀ କୃଷକଙ୍କ ସେବା କରିବା ତାଙ୍କ ସରକାର ପାଇଁ ସୌଭାଗ୍ୟର କଥା । ସେ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ ଯେ, ଚାଷୀମାନଙ୍କ ମଧ୍ୟରେ ସମୃଦ୍ଧି ବଢାଇଛି ତାହା ନୁହେଁ ବରଂ କୃଷି କ୍ଷେତ୍ରରେ ସମଗ୍ର ପରିବର୍ତନରେ ମଧ୍ୟ ଯୋଗଦାନ ଦେଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯେ, ସରକାର ମୃତିକା ସ୍ୱାସ୍ଥ୍ୟ ଓ ଜଳସେଚନ ଭଳି ପ୍ରମୁଖ ପଦକ୍ଷେପ ଉପରେ ଧ୍ୟାନ ଦେଇଛି, ଯାହାକି ବହୁତ ଲାଭଦାୟକ ହୋଇଛି । ଚାଷୀଙ୍କ କଲ୍ୟାଣ ନିମନ୍ତେ ଆମର ପ୍ରୟାସ ଆଗାମୀ ଦିନରେ ଆହୁରି ଅଧିକ ଉତ୍ସାହର ସହିତ ଜାରି ରହିବ । ଆମେ ଆମ ଚାଷୀଙ୍କ ପାଇଁ ସମ୍ମାନ ଓ ସମୃଦ୍ଧି ଉପରେ କାମ କରିଛୁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ