ପାକିସ୍ତାନର ପୁର୍ବତନ ସିନେଟର ଆବ୍ବାସ ଅଫରୀଦୀଙ୍କ ବିସ୍ଫୋରଣରେ ମୃତ୍ୟୁ
ଇସଲମାବାଦ, 7 ଜୁନ (ହି.ସ)-ପାକିସ୍ତାନର ପୁର୍ବତନ ସିନେଟର ଆବ୍ବାସ ଅଫରୀଦୀଙ୍କ ଆଜି ସିଏମଏଚ ଖାରିୟନ ବର୍ନ ସେଣ୍ଟରରେ ମୃତ୍ୟୁ ଘଟିଛି।ସେ ଶୁକ୍ରବାର କୋହାଟ ଆଜମ ବାଗରେ ହୋଇଥିବା ଗ୍ୟାସ ଲିକ ବିସ୍ଫୋରଣରେ ଆହତ ହୋଇଥିଲେ।ପୋଲିସ ତାଙ୍କୁ ବର୍ନ ସେଣ୍ଟରରେ ଭର୍ତ୍ତୀ କରିଥିଲା।
ପାକିସ୍ତାନର ପୁର୍ବତନ ସିନେଟର ଆବ୍ବାସ ଅଫରୀଦୀଙ୍କ ବିସ୍ଫୋରଣରେ ମୃତ୍ୟୁ


ଇସଲମାବାଦ, 7 ଜୁନ

(ହି.ସ)-ପାକିସ୍ତାନର ପୁର୍ବତନ ସିନେଟର ଆବ୍ବାସ ଅଫରୀଦୀଙ୍କ ଆଜି ସିଏମଏଚ ଖାରିୟନ ବର୍ନ

ସେଣ୍ଟରରେ ମୃତ୍ୟୁ ଘଟିଛି।ସେ ଶୁକ୍ରବାର କୋହାଟ ଆଜମ ବାଗରେ ହୋଇଥିବା ଗ୍ୟାସ ଲିକ ବିସ୍ଫୋରଣରେ

ଆହତ ହୋଇଥିଲେ।ପୋଲିସ ତାଙ୍କୁ ବର୍ନ ସେଣ୍ଟରରେ ଭର୍ତ୍ତୀ କରିଥିଲା।ଦ ନେସନ ଖବରକାଗଜ

ଅନୁସାରେସ୍ୱର୍ଗତ ଅବ୍ବାସ ଅଫରୀଦୀଙ୍କ ଅନ୍ତିମ

ସଂସ୍କାର କୋହାଟର ବାବରୀ ବନ୍ଦାରେ କରାଯିବ।ଅଫରୀଦୀ ମାର୍ଚ୍ଚ 2009ରେ ସ୍ୱାଧୀନ ପ୍ରାର୍ଥୀ

ଭାବରେ ପାକିସ୍ଥାନର ସିନେଟ ପାଇଁ ନିର୍ବାଚିତ ହୋଇଥିଲେ।ସେ 19 ମାର୍ଚ୍ଚ ,2014ରେ ବୟନଶିଳ୍ପ

ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।2018ରେ ସେ ପାକିସ୍ଥାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର

ପ୍ରାର୍ଥୀ ଭାବରେ ଏନଏ-32 କୋହାଟରୁନିର୍ବାଚନ

ଲଢିଥିଲେ।ସେ ନିର୍ବାଚନରେ ପରାସ୍ତ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande