ପ୍ରାଣୀଧନ ନିରୀକ୍ଷକ ପଦବୀ ପୂରଣ ଦାବି
ପ୍ରାଣୀଧନ ନିରୀକ୍ଷକ ପଦବୀ ପୂରଣ ଦାବି
ପ୍ରାଣୀଧନ ନିରୀକ୍ଷକ ପଦବୀ ପୂରଣ ଦାବି


ସମ୍ବଲପୁର, ୦୭ ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମ ପଂଚାୟତରେ ଗୋଧନ ଓ ପ୍ରାଣୀଧନର ଉନ୍ନତି ଏବଂ ପଶୁ ଚିକିତ୍ସା ସୁବିଧା ଦେବା ଉଦ୍ଦେଶ୍ୟରେ ପ୍ରାଣୀଧନ ନିରୀକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ରହିଛି। ଏହାର ପ୍ରଭାବରେ ଏଠାରେ ଥିବା ଅନେକ ଗୋପାଳକ, ଛେଳି ଚାଷୀ ଓ କୁକୁଡ଼ା ଚାଷୀ ମାନେ ପଶୁପକ୍ଷୀଙ୍କ ଚିକିତ୍ସା ଏବଂ କୃତ୍ରିମ ପ୍ରଜନନ ସୁବିଧାରୁ ବଂଚିତ ହେଉଛନ୍ତି।ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁଯାୟୀ, ପ୍ରତିଷେଧକ ଟିକାକରଣ, କୃତ୍ରିମ ପ୍ରଜନନ ଓ ଅନ୍ୟାନ୍ୟ ପଶୁ ଚିକିତ୍ସା ସେବା ନ ମିଳିବାରୁ ପଶୁପାଳନ କ୍ଷେତ୍ରରେ ଅନେକ ଅସୁବିଧା ସୃଷ୍ଟି ହେଉଛି। ଏହି ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକେ ଉପଖଣ୍ଡ ସ୍ତରରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅନେକଥର ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହି ପରିସ୍ଥିତିରେ, ସ୍ଥାନୀୟ ଜନସାଧାରଣ ଏବେ ଜିଲ୍ଲା ପ୍ରାଣୀ ଚିକିତ୍ସା ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ନିକଟରେ ଲିଖିତ ଭାବେ ଦାବି ଉଠାଇଛନ୍ତି ଯେ, ଶୀଘ୍ର ଏହି ପଦବୀ ପୂରଣ କରାଯାଉ ଯାହାଫଳରେ ପଶୁପାଳକ ମାନେ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧାରୁ ଲାଭାନ୍ୱିତ ହେବେ। ସ୍ଥାନୀୟ ଲୋକଙ୍କ ଦାବି ଏହି ପଦବୀ ଶୀଘ୍ର ପୂରଣ କରାଯାଇ ପାରିଲେ ପଶୁପାଳକ ମାନେ ବିଶେଷ ଉପକୃତ ହୋଇପାରନ୍ତେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande