ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା : ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳରେ ସର୍ବାଧିକ ୮୬.୬ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୭ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳରେ ସର୍ବାଧିକ ୮୬.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଗଜପତି ଜିଲ୍ଲାର ଗୋସାଣିରେ ୮୨.୦ ମି.ମି., ଭଦ୍ରକ ଜିଲ୍ଲାର ଚାନ୍ଦବାଲିର
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା : ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳରେ ସର୍ବାଧିକ ୮୬.୬ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୭ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳରେ ସର୍ବାଧିକ ୮୬.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଗଜପତି ଜିଲ୍ଲାର ଗୋସାଣିରେ ୮୨.୦ ମି.ମି., ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ୭୯.୨ ମି.ମି., ପୁରୀ ଜିଲ୍ଲାର ପିପିଲିରେ ୬୯.୧ ମି.ମି., ନୟାଗଡ଼ ଜିଲ୍ଲାର ରଣପୁରରେ ୪୮.୨ ମି.ମି., ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ୪୮.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ୪୫.୦ ମି.ମି., ଆଳିରେ ୪୦.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୪୦.୦ ମି.ମି., ଜଗତସିଂହପୁର ଜିଲ୍ଲାର ଜଗତସିଂହପୁରରେ ୩୯.୪ ମି.ମି., ଗଞ୍ଜାମ ଜିଲ୍ଲାର ଚିକିଟିରେ ୩୭.୪ ମି.ମି., ବାଲେଶ୍ୱର ଜିଲ୍ଲାର ନିଳଗିରିରେ ୩୫.୦ ମି.ମି. ଏବଂ ସୋରୋରେ ୩୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande