ପଟ୍ଟାମୁଣ୍ଡାଇ , 7 ଜୁନ୍ (ହି.ସ.)ଆଜି ରାଜନଗର କନିକା ରେଞ୍ଜ କାର୍ଯ୍ୟାଳୟ , ଡ଼ାଙ୍ଗମାଳ ତରଫରୁ ବିଶ୍ଵ ପରିବେଶ ଦିବସ -୨୦୨୫ ଉପଲକ୍ଷେ ରାଜେଶ୍ୱରି ନଗର , ଡ଼ାଙ୍ଗମାଳ ଠାରେ ବ୍ରାହ୍ମଣୀ ନଦୀପଠା ରେ ସମୂହ ବନୀକରଣ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ଆଇଏନଏସ ଚିଲିକା ତରଫରୁ ଏନସିସି କ୍ୟାଡ଼ର ଏବଂ ଏନସିସି ଛାତ୍ର ଛାତ୍ରୀ ମାନେ ଲୁଣା ଜାତୀୟ ଗଛ ରୋପଣ କରିବା ସହିତ ଲୁଣା ଜଙ୍ଗଲ ସମ୍ବନ୍ଧୀୟ ତଥ୍ୟ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ଶ୍ରୀ ମାନସ କୁମାର ଦାସ, ଶ୍ରୀ ଗଗନ ବିହାରୀ ମଲ୍ଲିକ, ଶ୍ରୀ ଲକ୍ଷ୍ମୀଧର ବାରିକ ଫରେଷ୍ଟର, ଶ୍ରୀ ନବୀନ କୁମାର ମଲ୍ଲିକ ଫରେଷ୍ଟର, ଶ୍ରୀ ସୁନିଲ ରଞ୍ଜନ ରାଉତରାୟ, ଶ୍ରୀ ବବୁଲ କୁମାର ପରିଡ଼ା, ମିସ୍ ସନ୍ଧ୍ୟାରାଣୀ ମଲ୍ଲିକ , ଶ୍ରୀ ସତୀଶ କୁମାର ଲାକ୍ରା ଏବଂ ନିରାକାର ବେହେରା ପ୍ରମୁଖ ବନ କର୍ମଚାରୀ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ