ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
ବଲାଙ୍ଗିର, ୭ ଜୁନ୍ (ହି.ସ.)- ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂପାଦକ କୃଷ୍ଣଚନ୍ଦ୍ର ନାଥ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ସଭାରେ ବରିଷ୍ଠ ସଭ୍ୟ ସତ୍ୟବନ୍ତ
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ


ବଲାଙ୍ଗିର, ୭ ଜୁନ୍ (ହି.ସ.)- ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂପାଦକ କୃଷ୍ଣଚନ୍ଦ୍ର ନାଥ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ସଭାରେ ବରିଷ୍ଠ ସଭ୍ୟ ସତ୍ୟବନ୍ତ ବେଦବାକ୍‌, ପ୍ରଭାକର ମିଶ୍ର, ଶ୍ୟାମ ସୁନ୍ଦର ଦାଶ, ନରେନ୍ଦ୍ର କବାଟ, ହରେକୃଷ୍ଣ ପଟେଲ, କୃଷ୍ଣଚନ୍ଦ୍ର ମହାକୁର, ପୁରୁଷୋତ୍ତମ ପଣ୍ଡା, ପ୍ରାଣବଲ୍ଲଭ ତ୍ରିପାଠୀ ଓ ଚୈତନ୍ୟ ପଟେଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆନନ୍ଦ ଷାଣ୍ଢ ନୂତନ ସଭ୍ୟ ଭାବେ ଯୋଗ ଦେବାରୁ ତାଙ୍କୁ ଅଭିନନ୍ଦନ କରାଯାଇଥିଲା । ଶେଷରେ ଶ୍ୟାମ ସୁନ୍ଦର ଦାଶ ବହୁ ସଂଖ୍ୟାରେ ସଭ୍ୟମାନେ ଯୋଗ ଦେଇଥିବାରୁ ଖୁସିବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande