ରୋହି ଗାଁ ପଞ୍ଚାୟତରେ ଦେଖା ମିଳୁନି ପ୍ରାଣୀ ଚିକିତ୍ସା ଅଧିକାରୀ
ଗଂଜାମ, 7 ଜୁନ୍ (ହି.ସ.) ଗଞ୍ଜାମ ଜିଲ୍ଲା କୁଜୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ପଶୁ ମାନଙ୍କୁ (ଗାଈ, ବଳଦ ) ଚଟୁଆ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହୋଇ କିଛି ଗାଈଙ୍କ ମୃତ୍ୟୁ ହେବାର ସମ୍ଭବନା ରହିଛି l କିନ୍ତୁ ଜିଲ୍ଲା ପ୍ରାଣୀ ଚିକତ୍ସାଳୟ ପକ୍ଷରୁ କୋଣସି
ରୋହି ଗାଁ ପଞ୍ଚାୟତରେ ଦେଖା ମିଳୁନି ପ୍ରାଣୀ ଚିକିତ୍ସା ଅଧିକାରୀ


ଗଂଜାମ, 7 ଜୁନ୍ (ହି.ସ.)

ଗଞ୍ଜାମ ଜିଲ୍ଲା କୁଜୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ପଶୁ ମାନଙ୍କୁ (ଗାଈ, ବଳଦ ) ଚଟୁଆ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହୋଇ କିଛି ଗାଈଙ୍କ ମୃତ୍ୟୁ ହେବାର ସମ୍ଭବନା ରହିଛି l କିନ୍ତୁ ଜିଲ୍ଲା ପ୍ରାଣୀ ଚିକତ୍ସାଳୟ ପକ୍ଷରୁ କୋଣସି ଅଧିକାରୀଙ୍କ ଦେଖା ନାହିଁ l କିଛି ଲୋକଙ୍କ ଅଭିଯୋଗ ଶୁଣିବାକୁ ମିଳୁଛି ଯେ ବର୍ଷ କୁ ୫ରୁ ୬ଥର ଜଣେ ସରକାରୀ ଡାକ୍ତର ଆସି ଗୋରୁ ମାନଙ୍କୁ ମାଗଣା ଚିକତ୍ସା କରିବା ବଦଳରେ ମୋଟା ଅଙ୍କର ଟଙ୍କା ମାଗୁଥିବା ଶୁଣିବାକୁ ମିଳୁଛି l ତଥାପି ପଶୁ ମାନଙ୍କ କୌଣସି ରୋଗ ଭଲ ହୋଇବାଥିବା ଶୁଣିବାକୁ ମିଳୁଛି l ଲୋକେ ବାଧ୍ୟ୍ୟ ହୋଇ ପ୍ରାଇଭେଟ ଡାକ୍ତର ଡକାଇ ଗୋରୁ ମାନଙ୍କୁ ଚିକତ୍ସା କରୁଥିବା ଦେଖିବାକୁ ମିଳୁଛି lପଞ୍ଚାୟତ ବାସୀଙ୍କ ଦାବି ଯେ ରୋହିଗାଁ ପଂଚାୟତକୁ ନୂତନ ପଶୁ ଡାକ୍ତର ଦିଆଯାଉ l ମାଗଣା ଆସିଥିବା ମେଡ଼ିସିନ, ଇଞ୍ଜେକ୍ସନ ଟଙ୍କା ଆଦାୟ କରୁଥିବା ଡାକ୍ତରଙ୍କ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande