ଜୟପୁର, ୭ ଜୁନ୍ (ହି.ସ.) - ମେସିନ ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତକୁ କାବୁ କରିଛି ଜୟପୁର ସଦର ପୋଲିସ । ୨ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ଏକ ଅଭିଯୁକ୍ତ ହେଲା ମକାପୁଟ ଗ୍ରାମର ସୁଦର୍ଶନ ନାଗ (୧୯) । ସୂଚନା ଅନୁଯାଇ ଘରେ ରଖିଥିବା ବଡ ଓଜନ ମେଶିନ ଚୋରି ହୋଇଥିଲା। ଯାହାର ମୁଲ୍ୟ ୧୦ ହଜାର ଟଙ୍କା ହେବ । ବହୁତ ଖୋଜା ଖୋଜି କରିବା ପରେ କିଛି ଖୋଜ ଖବର ନମିଳିବାରୁ ବଡ କାଉଡି ଗ୍ରାମର ରଙ୍ଗା କାନ୍ତ ରଥ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ୧୫୯/୨୫ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ମେସିନକୁ ଜବତ କରି ନାବାଳାକକୁ ଜୁଭେଲାଇନ ଜଷ୍ଟିସଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅନ୍ୟ ଏକ ଅଭିଯୁକ୍ତକୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି