ଇମ୍ଫାଲ 7 ଜୁନ
(ହି.ସ)-ସୁରକ୍ଷାବାହିନୀ ମଣିପୁରର ପାହାଡି ଏବଂ ସମତଳ ଜିଲ୍ଲାର ସୀମାବର୍ତ୍ତୀ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସର୍ଚ୍ଚ ଅପରେସନ ଏବଂ ଏରିଆ ଡୋମିନେସନ ଅଭିଯାନ କରିଛନ୍ତି।ଏହି
ସମୟରେ ଦୁଇ ଜିଲ୍ଲାରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରଣ ସାମଗ୍ରୀ ଉଦ୍ଧାର କରାଯାଇଛି।ପୋଲିସ ଶନିବାର କହିଛନ୍ତି ଯେ କୋଟଜିମ
ଗ୍ରାମର (ଯାହାା କୋଟଲେନ ସୀଓବିରୁ 4.5 କିମି ଉତ୍ତର -ପଶ୍ଚିମରେ ଅବସ୍ଥିତ)ସାଧାରଣ ଅଞ୍ଚଳରେ ଏକ
ଆମେରିକୀୟ ନିର୍ମିତ ଏମ-16 ରାଇଫଲ,ଏକ ବୋଲ୍ଟ
ଏକ୍ସନ ରାଇଫଲ,ତିନୋଟି)ପୁଲ ମେକେନିଜ୍ମ ରାଇଫଲ ,ତିନୋଟି) ଇମ୍ପ୍ରୋୱାଇଜ୍ଡ ମୋର୍ଟାର
,ପାଞ୍ଚୋଟି)ମୋର୍ଟାର ବମ,ଗୋଟିଏ)ମୋଟୋରୋଲା ସେଟ ତଥା ଗୋଟିଏ)ବୁଲେଟପ୍ରୁଫ ଜ୍ୟାକେଟ ଜବତ
କରାଯାଇଥିଲା।ଏହି ଅପରେସନ ନ୍ୟୁ କ୍ୟାଥେଲମ୍ବାବୀ ଥାନା ଅଞ୍ଚଳ,କାଙ୍ଗପୋକପି ଜିଲ୍ଲା ଅଧୀନରେ
କରାଯାଇଛି।ଏହା ବ୍ୟତୀତ ତେଙ୍ଗନୌପାଲ ଜିଲ୍ଲାର
ଅନ୍ୟ ଏକ ସାଧଆରଣ ଅଞ୍ଚଳରୁ ଚାରୋଟି ଆଇଇଡୀ ମଧ୍ୟ ଉଦ୍ଧାର କରାଯାଇଛି।ସୁରକ୍ଷାବାହିନୀର ଏହି
କାର୍ଯ୍ୟାନୁଷ୍ଠାନ ରାଜ୍ୟରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାର ପ୍ରୟାସର ଏକ ଅଂଶ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା