ସୋମନାଥପୁର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ଓଡ଼ିଆ ସାହିତ୍ୟ ସୁରକ୍ଷା ସମ୍ରାଟ୍ ସମ୍ମାନ
ମାଲକାନଗିରି,୭ ଜୁନ୍ (ହି.ସ.) - ମାଟିର ବାସ୍ନା ସାହିତ୍ୟ ସଂସଦ, ଭଦ୍ରକ, ଓଡିଶାର ଦ୍ୱିତୀୟ ବାର୍ଷିକ ରାଜ୍ୟସ୍ତରୀୟ ସ୍ୱନକ୍ଷେତ୍ର ଉତ୍ସବ ୨୦୨୫ ଅବସରରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସୋମନାଥପୁର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ, ପ୍ରକୃତି ବନ୍ଧୁ କବି ଯଚିନ୍ଦ୍ର ସ୍ୱାଇଁ ସ୍ୱାଇଁଙ୍କୁ ଓଡ଼ିଆ ସାହିତ୍ୟ
ସୋମନାଥପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ଓଡ଼ିଆ ସାହିତ୍ୟ ସୁରକ୍ଷା ସମ୍ରାଟ୍ ସମ୍ମାନ


ମାଲକାନଗିରି,୭ ଜୁନ୍ (ହି.ସ.) - ମାଟିର ବାସ୍ନା ସାହିତ୍ୟ ସଂସଦ, ଭଦ୍ରକ, ଓଡିଶାର ଦ୍ୱିତୀୟ ବାର୍ଷିକ ରାଜ୍ୟସ୍ତରୀୟ ସ୍ୱନକ୍ଷେତ୍ର ଉତ୍ସବ ୨୦୨୫ ଅବସରରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସୋମନାଥପୁର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ, ପ୍ରକୃତି ବନ୍ଧୁ କବି ଯଚିନ୍ଦ୍ର ସ୍ୱାଇଁ ସ୍ୱାଇଁଙ୍କୁ ଓଡ଼ିଆ ସାହିତ୍ୟ ସୁରକ୍ଷା ସମ୍ରାଟ୍ ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଆ ସାହିତ୍ୟ ପାଇଁ ଉତ୍ସର୍ଗୀକୃତ କବି ଯଚିନ୍ଦ୍ର ସ୍ୱାଇଁ ମାଲକାନଗିରି ଜିଲ୍ଲାରେ ଗୁରୁପ୍ରିୟା ସାହିତ୍ୟ ଓ ସଂସ୍କୃତି ପରିଷଦ ବାଲିମେଳାର ପ୍ରତିଷ୍ଠାତା ସଭାପତି ଓ ବ୍ୟାସ କବି ସାହିତ୍ୟ ସଂସଦ ଗୋଡ଼ିଶୂଳ, ନୀଳଗିରି, ବାଲେଶ୍ୱର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିବା ତଥା ପ୍ରଚାର ପ୍ରସାର କରିବା ସହ ନୂତନ ସାହିତ୍ୟିକ ସୃଷ୍ଟି କରିବା ପାଇଁ କବି ଓ ସାହିତ୍ୟିକ ମାନଙ୍କୁ ଏକତ୍ରିତ କରି ବିଭିନ୍ନ କର୍ମଶାଳା, ପ୍ରତିଯୋଗିତା, କବିତା ଆସର, ଶିଶୁ ମହୋତ୍ସବ, ଯୁବ ମହୋତ୍ସବ ପୁସ୍ତକ ଓ ପତ୍ରିକା ଆଦି ପ୍ରକାଶନ କରି ଏକ ନୂତନ ବାର୍ତା ପ୍ରଦାନ କରି ଆସୁଛନ୍ତି। ଉକ୍ତ ସମ୍ମାନ ଉଭୟ ମାଲକାନଗିରି ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲା ପାଇଁ କବି ଉତ୍ସର୍ଗ କରିଛନ୍ତି। ଶ୍ରୀଯୁକ୍ତ ସ୍ୱାଇଁଙ୍କ ସମ୍ପାଦନାରେ ପତ୍ରିକା ବ୍ୟାସ ଜ୍ୟୋତି, ଶିଶୁ ପତ୍ରିକା ବ୍ୟାସ କଳିକା, ପ୍ରକାଶ ପାଇଆସୁଥିବା ବେଳେ ଚଳିତ ବର୍ଷ ସ୍ୱାଭିମାନ ଅଂଚଳର ସ୍ୱର ଗୁରୁପ୍ରିୟା ନାମକ ପତ୍ରିକା ସମ୍ପାଦନା ହେବ ବୋଲି ସୂଚନା ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande