ଜୟପୁର, ୭ ଜୁନ୍ (ହି.ସ.) - ବ୍ୟାଟେରି ଚୋରି ମାମଲାରେ ନାବାଳକକୁ କାବୁ କଲା ଜୟପୁର ଟାଉନ ପୋଲିସ । ସୁଚନା ଅନୁଯାଇ ଜୟପୁର ମିଲ ସାହିରୁ ୨ଟି ଅଟୋରୁ ବ୍ୟାଟେରି ଚୋରି ହୋଇଥିବା ନେଇ ଜୟପୁର ଟାଉନ ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିି ଥିଲା । ତଦନ୍ତ ରେ ଜାଣି ଜୟପୁର ସହରରୁ ନାବାଳାକକୁ କାବୁ କରିଥିଲା। ନାବାଳକ ଠାରୁ ଚୋରି ହୋଇଥିବା ବ୍ୟାଟେରି କୁ ଜବତ କରିଥିବା ବେଳେ ଅନ୍ୟ ଏକ ବ୍ୟାଟେରି ବିକ୍ରି କରି ଥିବା ପୋଲିସ ତଦନ୍ତ ରୁ ଜାଣି ବାକୁ ପାଇଛି । ନାବାଳକକୁ କାବୁ କରି ଜୁଭେଲାଇନଜଷ୍ଟିସଙ୍କ ନିକଟରେ ହାଜର କରାଯାଇଥିବା ବିଷୟ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି