ଅଜଣା ଗାଡି ଧକ୍କାରେ ଆଦିବାସୀ ମହିଳାଙ୍କ ମୃତ୍ୟୁ
କୋରେଇ, ୦୭ ଜୁନ୍ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଖରସ୍ରୋତା ନଦୀ ବ୍ରିଜ ଉପରେ ଆଜି ସକାଳେ ଏକ ଅଜଣା ଗାଡି ଜଣେ ଆଦିବାସୀ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳେ ରାଜପଥ ପେଟ୍ରୋଲିଂଗ ଗାଡି ପହଂଚି ଗୁରୁତର ଆହତ ମହିଳା କୁଆଖିଆ ଥାନ
ଅଜଣା ଗାଡି ଧକ୍କାରେ ଆଦିବାସୀ ମହିଳାଙ୍କ ମୃତ୍ୟୁ


କୋରେଇ, ୦୭ ଜୁନ୍ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଖରସ୍ରୋତା ନଦୀ ବ୍ରିଜ ଉପରେ ଆଜି ସକାଳେ ଏକ ଅଜଣା ଗାଡି ଜଣେ ଆଦିବାସୀ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳେ ରାଜପଥ ପେଟ୍ରୋଲିଂଗ ଗାଡି ପହଂଚି ଗୁରୁତର ଆହତ ମହିଳା କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ବା ପଂଚାୟକ ମିର୍ଜ୍ଜାପୁର ଗ୍ରାମର ଲକ୍ଷ୍ମୀ ମୁଣ୍ଡାଙ୍କୁ ଉଦ୍ଧାର କରି ମଧୁବନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଯାଜପୁର ଯଯାତି କୋଶରୀ ମେଡିକାଲ କଲେଜରେ ଭର୍ତି କରାଯାଇଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande